ETV Bharat / bharat

ଛୁଆଙ୍କ ପାଇ ଅତ୍ୟନ୍ତ କ୍ଷତିକାରକ ହ୍ୟାଣ୍ଡ ସାନିଟାଇଜର

ହାତ ସଫା ରଖିବା ପାଇଁ ଛୁଆଙ୍କୁ ଦିଅନ୍ତୁ ସାବୁନ । ହ୍ୟାଣ୍ଡ ସାନିଟାଇଜର ଠାରୁ ଦୂରେଇ ରଖନ୍ତୁ ଛୋଟ ଛୁଆଙ୍କୁ ।

author img

By

Published : Aug 1, 2019, 3:34 AM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ସ୍ବଚ୍ଛ ଓ ସୁସ୍ଥ ରହିବା ପାଇଁ ହାତ ସଫା ରଖିବା ନିହାତି ଦରକାର । କାରଣ ଆମ ହାତ ଦ୍ବାରା ହିଁ ଅତ୍ୟଧିକ ରୋଗ ବ୍ୟାପିଥାଏ । ଆଉ ବର୍ତ୍ତମାନ ସମୟରେ ହାତ ସଫା ରଖିବା ପାଇଁ ହ୍ୟାଣ୍ଡଓ୍ବାସ ଠାରୁ ଆରମ୍ଭ କରି ହ୍ୟାଣ୍ଡ ସାନିଟାଇଜର ପ୍ରମୁଖ ବହୁଳ ମାତ୍ରାରେ ବ୍ୟବାହର କରାଯାଉଛି । ତେବେ ଏହି ସାନିଟାଇଜର ଛୋଟ ପିଲାଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଜଣାପଡିଛି ।

ସୂଚନାମୁତାବକ, ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏକ ସ୍କୁଲରେ ପିଲାଙ୍କୁ ହ୍ୟାଣ୍ଡ ସାନିଟାଇଜର ଅତି କ୍ଷତିକାରକ ବୋଲି ସୂଚନା ଦେଇଛନ୍ତି । ସେ ଏନେଇ ସ୍କୁଲରେ ଏକ ଆଡଭାଇଜରି ଜାରି କରିବାକୁ ଯାଉଛନ୍ତି । ସ୍ବାସ୍ଥ୍ୟ ବିଭାଗର କହିବାନୁଯାୟୀ, ଛାତ୍ରଛାତ୍ରୀଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ ନକରାଯାଉ ।

ହ୍ୟାଣ୍ଡ ସାନିଟାଇଜରର ବହୁଳ ବ୍ୟବହାର ଦ୍ବାରା ହାତର ହାନିକାରକ ଜୀବାଣୁ ମାନେ ନଷ୍ଟ ହୋଇଯାଆନ୍ତି ସତ କିନ୍ତୁ ଲାଭଦାୟକ ଜୀଟାଣୁ ମାନେ ମଧ୍ୟ ମରି ଯାଆନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସାନିଡାଇଜର ବ୍ୟବାହରକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ସେ ସାନିଟାଇଜର ବଦଳରେ ସାବୁନ ବ୍ୟବହାର କରିବାକୁ କହିଛନ୍ତି । ସାନିଟାଇଜରରେ ଯେଉଁ ସବସେଟେନ୍ସ ରହୁଛି ତାହା ଆଲକହଲରେ ତିଆରି ହୋଇଛି । ଆଉ ଏହା କେବଳ ଅଳ୍ପ ସଂଖ୍ୟକ କୀଟାଣୁକୁ ହିଁ ମାରିବାର ସମର୍ଥ ହୋଇଥାଏ ।

ଡାକ୍ତରଙ୍କ କହିବାନୁଯାୟୀ, ସାବୁନ ହାଥ ପାଇଁ ଅତ୍ୟନ୍ତ ଲାଭ ହୋଇଥାଏ । ଆଉ ଛୋଟ ଛୁଆ ଏହି ସାନିଟାଇଜରକୁ ପ୍ରଥମେ ଶୁଙ୍ଘିବା ଆରମ୍ଭ କରିଦେଇଥାଆନ୍ତି । ଯାହା ଭଲ ଅଭ୍ୟାସ ନୁହେଁ । ଏହା ମସ୍କିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେଣୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସାନିଟାଇଜର ଆଣିବାକୁ ବାଧ୍ୟ କରାନଯାଉ । ଏହାସହ ସ୍କୁଲ ଶୌଚାଳୟରେ ସାବୁନ ରଖାଯାଉ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.