ETV Bharat / bharat

ବାପୁ କିଏ ? କେମିତି ହେଲେ ଜାତିର ପିତା...

ମୋହନଦାସରୁ ମାହାତ୍ମା କଲେ ଗୁରୁ ରବିନ୍ଦ୍ର ନାଥ ଠାକୁର । ହେଲେ ରାଷ୍ଟ୍ରର ପିତା କିଏ ଓ କାହିଁକି କଲେ ମହାତ୍ମାଙ୍କୁ । ଜାଣନ୍ତୁ ପୁରା ତଥ୍ୟ ?

ଜାତିର ଜନକ ମହାତ୍ମା ଗାନ୍ଧୀ
author img

By

Published : Aug 16, 2019, 7:01 AM IST

Updated : Aug 16, 2019, 12:41 PM IST

ମୋହନଦାସ କରମଚାନ୍ଦ ଗାନ୍ଧୀ । ସେ ମହାତ୍ମା ଗାନ୍ଧୀ । ସେ ରାଷ୍ଟ୍ରପିତା । ସେହି ଅର୍ଦ୍ଧନଗ୍ନ ଫକୀର, ଯାହା ଯୋଗୁଁ ଆଜି ଆମେ ଆଜାଦ ପବନର ନିଶ୍ବାସ ନେଇପାରୁଛେ। ହଁ ଗାନ୍ଧୀଜୀଙ୍କୁ ମହାତ୍ମା ଭାବେ ତାଙ୍କ ଗୁରୁ ବିଶ୍ବକବି ରବୀନ୍ଦ୍ର ନାଥ ଠାକୁର ସମ୍ବୋଧନ କରିଥିଲେ । ହେଲେ ଆପଣ କଣ ଜାଣନ୍ତି କି, ରାଷ୍ଟ୍ରପିତା ଉପାଧି ତାଙ୍କୁ କିଏ ଦେଇଥିଲା ?

ସ୍ବାଧିନତା ଆନ୍ଦୋଳନ କାଳରେ ଲୋକେ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀ ଭାବେ ଗ୍ରହଣ କରିନେଲେ । ଗାନ୍ଧୀଜୀ ମଧ୍ୟ ରବୀନ୍ଦ୍ର ନାଥଙ୍କୁ କବିଗୁରୁ ଭାବେ ପ୍ରଥମେ ସମ୍ଭୋଧନ କରିଥିଲେ ଯାହାକି ଏବେ ବି ଲୋକ ମୁଖରେ ରହିଛି ।

ବାପୁ କିଏ ? କେମିତି ହେଲେ ଜାତିର ପିତା...

ପାଠ୍ୟ ପୁସ୍ତକରେ ଗାନ୍ଧୀଜୀଙ୍କୁ ଜାତିର ଜନକ ଭାବେ ଦର୍ଶାଯାଇଛି। ଏପରିକି ରାଷ୍ଟ୍ରପିତା କିଏ ? ଏ ପ୍ରଶ୍ନ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆସିଥାଏ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ରାଜନେତା, ପ୍ରଶାସକ, ଶିକ୍ଷାବିତ‌, ଗବେଷକ, ସାଧାରଣ ଲୋକେ ଗାନ୍ଧୀଙ୍କୁ ଜାତିର ଜନକ ଭାବେ ମାନୁଛନ୍ତି । ସଂସଦ, ବିଧାନସଭା, କୋର୍ଟ କଚେରୀ, ସରକାରୀ ଦପ୍ତରରେ ଜାତିର ଜନକଙ୍କ ଫଟୋଚିତ୍ର ରହୁଛି । ହେଲେ ଏବେ ବି ଏହା ରହସ୍ୟ ଘେରରେ । ମହାତ୍ମାରୁ ସେ ଜାତିର ଜନକ ହେଲେ କିପରି ?

1944 ଜୁନ 4 । ସୁଦୂର ରେଙ୍ଗୁନରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରେଡ଼ିଓରେ ବିଶ୍ବବାସୀଙ୍କୁ ଆହ୍ବାନ ହେଲେ ଆଗକୁ ମାଡିବାକୁ । ସେହି ଭାଷଣରେ ପ୍ରଥମଥର ନେତାଜୀ ଗାନ୍ଧୀଜୀଙ୍କୁ ଜାତିର ଜନକ ବୋଲି ସମ୍ବୋଧନ କରିଥିଲେ ।

‘‘ହେ ଜାତିର ପିତା, ଭାରତର ମୁକ୍ତି ପାଇଁ ସ୍ବାଧୀନତାର ଏହି ପବିତ୍ର ସଂଗ୍ରାମରେ ଆମେ ଆପଣଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛୁ।’ ନେତାଜୀଙ୍କ ଏହି ଅଭିଭାଷଣ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହା ପରଠାରୁ ଲୋକେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ସମ୍ବୋଧନ କରି ଅସୁଛନ୍ତି ଜାତିର ଜନକ ।

ଭାରତକୁ ଏକ ରାଷ୍ଟ୍ର ଭାବେ ଗଢିତୋଳିବାରେ ଗାନ୍ଧୀଙ୍କ ଭୂମିକା ଅତୁଳନୀୟ । ଗୋଟିଏ ରାଷ୍ଟ୍ର ତାର ଭୌଗଳିକ ଓ ରାଜନୈତିକ ଆଧାରରେ ନିର୍ମାଣ ହୋଇଥାଏ । ହେଲେ ଭାରତ ତାର ଭାବନାତ୍ମକ ଏକତା ଓ ତାର ସ୍ବର୍ଣ୍ଣିମ ଇତିହାସ କାରଣରୁ ତିଆରି ବୋଲି ଯୁକ୍ତି ବିଢିଥିଲେ ନେତାଜୀ ।

ବହୁ ରାଷ୍ଟ୍ର ନିଜ ସାଧାରଣ ଲୋକଙ୍କ ଭାଷା ଯୋଗୁଁ ଭାବନାତ୍ମକ ଏକତା ହାସଲ କରିଥାଏ । ଯେପରି ବାଂଲାଦେଶ, ହେଲେ ପାକିସ୍ତାନ ଭଳି ରାଷ୍ଟ୍ର ଗୋଟିଏ ଧର୍ମ ଯୋଗୁଁ ରାଷ୍ଟ୍ର ଗଠନର ମୂଳଦୁଆ ତିଆରିର ଆଧାର ହୋଇଥାଏ ।

ଭାରତରେ ଏପରି ବହୁ ଭାଷା ରହିଛି । ଯାହାକୁ ସଂଖ୍ୟାଗରିଷ୍ଠତାର ସହ ବ୍ୟବହାର କରାଯାଏ । ଆମେ ଆମ ଭାବନାତ୍ମକ ଏକତା ଯୋଗୁଁ ରାଷ୍ଟ୍ରବାଦର ଭାବନା ବିକଶିତ କରି ଇଂରେଜ ଶାସନରୁ ମୁକ୍ତି ପାଇଛେ । ତେବେ ଗାନ୍ଧିଜୀ ପ୍ରଥମ ନେତା ନଥିଲେ ଯିଏ, ବ୍ରିଟିଶ ଶାସନରୁ ମୁକିଳିବା ପାଇଁ ଆହ୍ବାନ ଦେଇଥିଲେ । ଏହି ସଂଗ୍ରାମରେ ଏପରି ବହୁ ଲୋକ ସାମିଲ ଥିଲେ ଯିଏ ଆଜାଦ ଭାରତର ଡାକରା ଦେଇଥିଲେ । ହେଲେ ଗାନ୍ଧୀଙ୍କ ଅବଦାନ ଯୋଗୁଁ ତାଙ୍କୁ ଡକାଯାଉଥିଲା ରାଷ୍ଟ୍ରୀୟ ପିତା ।

ଆଶ୍ଚଯ୍ୟ ଓ ପରିତାପର ବିଷୟ ଯେ, ସ୍ବାଧିନତା ପ୍ରାପ୍ତି ପରେ ଆମ ସମ୍ବିଧାନ ପ୍ରଣୟନ ହୋଇଛି । କିନ୍ତୁ ଏଯାଏଁ ଗାନ୍ଧୀଜୀଙ୍କୁ ଜାତିର ଜନକ ଭାବେ ସରକାରୀ ମାନ୍ୟତା ମିଳିନାହିଁ । ଅତୀତରେ ଲାଲ‌କୃଷ୍ଣ ଆଡ଼ଭାନୀଙ୍କ ଭଳି ବରିଷ୍ଠ ରାଜନେତା ସଂସଦରେ ସ୍ବୀକାର କରିଥିଲେ ଯେ ସରକାର ଗାନ୍ଧୀଜୀଙ୍କୁ ଏଯାଏଁ ରାଷ୍ଟ୍ରପିତାର ସମ୍ମାନ ପ୍ରଦାନ କରିନାହାଁନ୍ତି ।

Intro:Body:

BLANK

Conclusion:
Last Updated : Aug 16, 2019, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.