ETV Bharat / state

ରିପୋର୍ଟକୁ ଅପେକ୍ଷା, ଖୋଲିବ ଟ୍ରେନ ଗୁଳିମାଡର ସତ

ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ ଘଟଣାରେ ବାଲାଷ୍ଟିକ ଏକ୍ସପର୍ଟଙ୍କ ରିପୋର୍ଟକୁ ଅପେକ୍ଷା । ଖୁବଶୀଘ୍ର ଜଣାପଡ଼ିବ ଗୁଳିମାଡ଼ ନାଁ ଆଉ କିଛି ?

NANDAN KANAN EXPRESS FIRING INCIDENT
NANDAN KANAN EXPRESS FIRING INCIDENT (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 4:19 PM IST

କଟକ: ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ସୁପରଫାଷ୍ଟ ଏକ୍ସପ୍ରେସକୁ ଗୁଳିମାଡ଼ ଘଟଣା । କାଚ ଭାଙ୍ଗିବା ପଛର କାରଣ ଖୋଜୁଛି ରେଳ ବିଭାଗ । ଟ୍ରେନର ଗାର୍ଡ ମହେନ୍ଦ୍ର ବେହେରାଙ୍କ ଅଭିଯୋଗ କ୍ରମେ ରୁଜୁ ହୋଇଛି ମାମଲା । ବାଲାଷ୍ଟିକ ଏକ୍ସପର୍ଟଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା ରହିଛି ରେଳ ବିଭାଗ । ଭଦ୍ରକ GRPରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରତିକ୍ରିୟା ରଖିଲେ ରେଳବାଇ ଅଧୀକ୍ଷକ ସୁରେଶ କୁମାର ନାୟକ ।

ଖୁବଶୀଘ୍ର ଆସିବ ଯାଞ୍ଚ ରିପୋର୍ଟ:

NANDAN KANAN EXPRESS FIRING INCIDENT (ETV Bharat Odisha)

ଏନେଇ ରେଳବାଇ ଅଧୀକ୍ଷକ ସୁରେଶ କୁମାର ନାୟକ କହିଛନ୍ତି,"ଖୁବଶୀଘ୍ର ଆସିବ ଯାଞ୍ଚ ରିପୋର୍ଟ । ବାଲାଷ୍ଟିକ ଏକ୍ସପର୍ଟଙ୍କ ରିପୋର୍ଟ ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଟ୍ରେନର ଗାର୍ଡଙ୍କ ଅଭିଯୋଗ କ୍ରମେ ଭଦ୍ରକ GRPରେ ରୁଜୁ ହୋଇଛି ମାମଲା ।"ଗତକାଲି (ମଙ୍ଗଳବାର) ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା ସାମ୍ନାକୁ ଆସିଥିଲା । ଗୁଳିମାଡ଼଼ରେ ଭାଙ୍ଗିଥିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଥିଲା । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ ।

ଏହା ମଧ୍ୟ ପଢନ୍ତୁ...ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼: ଭାଙ୍ଗିଲା କାଚ, ଗାର୍ଡ ସୁରକ୍ଷିତ

ଏହା ମଧ୍ୟ ପଢନ୍ତୁ...ପୁରୀରେ ନନ୍ଦନକାନନ ଏକ୍ସପ୍ରେସ, ଭଦ୍ରକରେ ଗୁଳିମାଡ଼ ଘଟଣାର ତଦନ୍ତ ଜାରି

କେଉଁଠି ହୋଇଥିଲା ଗୁଳିମାଡ଼ ?

ଭଦ୍ରକ ଅନ୍ତର୍ଗତ ଚରମ୍ପା ରେଳ ଷ୍ଟେସନର 119 ନମ୍ବର ଗେଟ ନିକଟରେ ହୋଇଥିଲା ଗୁଳିମାଡ଼ । ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳି ମାଡ଼ କଲା, ତାହାର ଅସ୍ପଷ୍ଟ ରହିଛି । ଏନେଇ ଅଧିକ ତଦନ୍ତ କରୁଛନ୍ତି ବାଲାଷ୍ଟିକ ଏକ୍ସପର୍ଟ ଟିମ । ଗତକାଲି ପୁରୀ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି କହିଥିଲେ,"ପୁରୀ ରେଳୱେ ଷ୍ଟେସନରେ ନନ୍ଦନକାନନ ଏକ୍ସପ୍ରେସ ପହଞ୍ଚିବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ପରେ ହିଁ ଏହା ଗୁଳିମାଡ କି ନାହିଁ, ତାହା ସ୍ପଷ୍ଟ ହେବ । ଘଟଣାର ତଦନ୍ତ 4 ଟିମ କରୁଛନ୍ତି । ସାଇନଟିଫିକାଲ ଟିମ, ଜିଆରପି, ଆରପିଏଫ ଓ ରେଳୱେ ମେକାନିକାଲ ଟିମ ମିଳିତ ଭାବରେ ତଦନ୍ତ କରୁଛନ୍ତି । ଟ୍ରେନ୍ ଭିତରେ ଥିବା ଗାର୍ଡମାନଙ୍କ ବୟାନକୁ ରେକର୍ଡ କରାଯାଇ ତର୍ଜମା କରାଯାଉଛି । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.