ETV Bharat / state

ସୁଯୋଗ ଦେଲା ଦୃଢ ଇଚ୍ଛାଶକ୍ତି, ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏବେ ITI ଛାତ୍ରୀ - SAMBALPUR TRIBAL GIRL

ପାଠପଢା ପାଇଁ ସଂଘର୍ଷ କରୁଥିଲେ ଆଦିବାସୀ ଝିଅ ଅନାମିକା ଓରାମ । ଅର୍ଥ ଅଭାବ ପାଠପଢାରେ ଡୋରି ବାନ୍ଧି ଦେଇଥିଲା । ଏବେ ସେ ଆଇଟିଆଇ କଲେଜରେ ପାଠ ପଢୁଛନ୍ତି ।

College  Dropout Tribal labor girl get admission to ITI
College Dropout Tribal labor girl get admission to ITI (ETV BHARAT ODISHA)
author img

By ETV Bharat Odisha Team

Published : Nov 6, 2024, 4:02 PM IST

ସମ୍ବଲପୁର: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ସମ୍ଭବରେ ପରିଣତ ହୋଇଥାଏ । ଦିନେ ପଇସା ଅଭାବରୁ ପାଠ ପଢାରେ ଡୋରି ବନ୍ଧା ହୋଇଥିଲା । ହାତରେ କଲମ ଧରିବା ବୟସରେ ଧରିଥିଲେ ପେଟ୍ରୋଲ ଫିଲିଂ ପାଇପ । ଇଚ୍ଛାଶକ୍ତିକୁ ବଳିଦାନ ଦେଇ ଭାଗ୍ୟକୁ ଆଦରି ପେଟ୍ରୋଲ ପମ୍ପରେ କାମ କରି ପରିବାର ଚଳାଉଥିଲେ । କିନ୍ତୁ ତାଙ୍କ ପାଠ ପଢିବାର ଇଚ୍ଛାଶକ୍ତି ତାଙ୍କୁ ପାଠଶାଳାରେ ପହଞ୍ଚାଇବାର ସୁଯୋଗ ଦେଇଛନ୍ତି । ପେଟ୍ରୋଲ ପମ୍ପ ଶିଶୁ ଶ୍ରମିକରୁ ଆଇଟିଆଇ କଲେଜରେ ନାମ ଲେଖାଇଛନ୍ତି । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜୁଯୁମୁରା ବ୍ଲକର ଶୀତଲେନପାଲି ଗାଁର ଆଦିବାସୀ ଝିଅ ଅନାମିକା ଓରାମଙ୍କ କଥା ।

ପାଠପଢାରେ ଡୋରି ବାନ୍ଧିପାରିଲାନି ଅଭାବ ଅନଟନ:

ପେଟ୍ରୋଲ ପମ୍ପ ଶିଶୁ ଶ୍ରମିକରୁ ହେଲେ ITI ଛାତ୍ରୀ (ETV Bharat Odisha)

ଅନାମିକାଙ୍କ ପରିବାରରେ ତାଙ୍କ ମାଆ ଓ ଜଣେ ଭଉଣୀ 2 ଭାଇ ରହୁଛନ୍ତି । ସେ ହେଉଛନ୍ତି ସବୁଠୁ ସାନ । ଯେତେ ବେଳେ ସେ ଛୋଟ ଥିଲେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ସେବେ ଠାରୁ ଅନାମିକାଙ୍କ ମାଆ ତପସ୍ୱିନୀ ଓରାମ ମଜୁରି କାମ କରି ବହୁ କଷ୍ଟରେ ପରିବାର ଚଳାଉଥିଲେ । ସବୁଠୁ ବଡ଼ ଭାଇ ରାଜ୍ୟ ବାହାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଭାଇ ଝାରସୁଗୁଡା ନିକଟ ଏକ ଶିଳ୍ପ ଅନୁଷ୍ଠାନରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି l ଏଭଳି ସ୍ଥିତିରେ ପରିବାରର ବୋଝ ଅନାମିକାଙ୍କ ମାଆଙ୍କ ଉପରେ ରହୁଥିଲା । 2023ରେ ଯୁକ୍ତ 2 ପାସ କରିଥିଲେ ଅନାମିକା । ଆର୍ଥିକ ଅନଟନ ଯୋଗୁଁ କିନ୍ତୁ ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ ଡୋରି ବାନ୍ଧିଦେଇଥିଲେ ।

ପେଟ୍ରୋଲ ଫିଲିଂ ପାଇପ ଛାଡି ହାତରେ ଧରିଲେ କଲମ:

College  Dropout Tribal labor girl get admission to ITI
College Dropout Tribal labor girl get admission to ITI (ETV BHARAT ODISHA)

ପରିବାରର ବୋଝ ଉଠାଇବାକୁ ପାଠ ଛାଡି ହାତରେ ପେଟ୍ରୋଲ ଫିଲିଂ ପାଇପ ଧରିଥିଲେ ଅନାମିକା । ପେଟ୍ରୋଲ ପମ୍ପରେ କାମ କରି ମାସିକ 6 ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ । ସେହି ଟଙ୍କାରେ ତାଙ୍କର ପରିବାର ଚଳୁଥିଲା । କିନ୍ତୁ ଅନାମିକାଙ୍କ ମନ ଭିତରେ ପାଠ ପଢ଼ିବାର ଇଚ୍ଛା ମରି ନଥିଲା । ତେଣୁ ଏଥିପାଇଁ ସେ ଏକ ସୁଯୋଗ ଖୋଜୁଥିଲେ । ଆଉ ଶେଷରେ ଅଙ୍ଗନବାଡି ଦିଦି ଓ "Aide Et Action" ଅନୁଷ୍ଠାନର ସହାୟତାରେ ସେ ପୁଣି ପାଠପଢାକୁ ଫେରିଛନ୍ତି । ଜିଲ୍ଲା ପ୍ରଶାସନର କିଶୋରୀ ସଶକ୍ତି କରଣ ସ୍କିମ ମାଧ୍ୟମରେ ହୀରାକୁଦ ସରକାରୀ ITI ରେ ଡ୍ରଟ୍ସମ୍ୟାନ୍ ସିଭିଲ୍ କୋର୍ସରେ ଆଡ଼ମିସନ କରି ପାଠପଢୁଛନ୍ତି ଅନାମିକା । ଆଗକୁ ଚାକିରି କରି ସ୍ୱାବଲମ୍ବୀ ହେବାର ସ୍ବପ୍ନ ଦେଖୁଛନ୍ତି ସେ l

ଅନାମିକା ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ:

ପାଠପଢା ପ୍ରତି ଆଗ୍ରହ ଯୋଗୁଁ ସୁଯୋଗ ଅନାମିକାଙ୍କ ପାଖରେ ପହଞ୍ଚିଲା । ଏଥି ପାଇଁଗତ 1 ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ଶିଶୁ ଆୟୋଗ 14 ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁ ସମ୍ମାନିତ କରିଥିଲେ ।

ପାଠପଢିବାକୁ ସଂଘର୍ଷ:

ତେବେ ଅନାମିକାଙ୍କ ଏ ଯାତ୍ରା ଏତେ ସହଜ ନଥିଲା l ନିଜରର ଏହି ସଂଘର୍ଷ ନେଇ ସେ କହିଛନ୍ତି, " ବାପା ଛୋଟ ବେଳୁ ଆମକୁ ଛାଡି ଚାଲି ଯାଇଥିଲେ l ଆମେ 4 ଭାଇ ଭଉଣୀଙ୍କୁ ମାଆ କୁଲି ମଜୁରୀ କରି ପାଠ ପଢାଉ ଥିଲେ l +2 ଯେତେବେଳେ ସାରିଲି, ସେତେବେଳେ ଆଗକୁ ପଢ଼ିବା ପାଇଁ ବହୁତ କଷ୍ଟ ହେଉଥିଲା l ଅର୍ଥ ଅଭାବରୁ ଆଗକୁ ପଢି ପାରିଲି ନାହିଁ l ଏଭଳି ସ୍ଥିତିରେ ମୁଁ ଏକ ପେଟ୍ରୋଲ ପମ୍ପରେ କାମ କଲି l ସେଠି କାମ କରିବା ସହ ସବୁ ଶନିବାର ଅଙ୍ଗନବାଡି ଅଦ୍ଵିକା ମିଟିଂ ଯାଉଥିଲି l ସେଠାରେ "Aide Et Action "ର ମିନାକ୍ଷୀ ମ୍ୟାମ ସେଠୀ ମୋତେ ପାଠପଢା କାହିଁକି କରୁନି ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ ତୁମର ପଢ଼ିବାର ସମୟ ଅଛି, ତୁମେ ପାଠ ପଢିବ । ଏହାପରେ ଆଇଟିଆଇ କ୍ୟାମ୍ପରେ ମିଟିଂ ହେଲା l ହୀରାକୁଦ ITI ସାର ମାନେ ଆସିଥିଲେ l ସେଠାରେ ଆମକୁ ସବୁ କିଛି ବୁଝେଇଲେ l ITI ବିଷୟରେ ବୁଝେଇଲା ପରେ ମୋତେ ଇଚ୍ଛା ହେଲା ପାଠ ପଢି ଆଗକୁ ଯିବି ବୋଲି l ହଷ୍ଟେଲରେ ରହିକି ପାଠ ପଢିକି ଏବେ ମୋତେ ବହୁତ ଖୁସି ଲାଗୁଛି l ମୁଁ ପାଠ ପଢୁଛି, ଆଗକୁ ଚାକିରି କରିବି ବୋଲି ସ୍ବପ୍ନ ଅଛି l "

ଏହା ମଧ୍ୟ ପଢନ୍ତୁ:

CT ପାସ ପରେ ମଧ୍ୟ ମିଳୁନି ଚାକିରି ! କୁଲି କାମ କରୁଛନ୍ତି ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବତୀ

ବଣ୍ଡା ଘାଟିର ଗର୍ବ OAS ବିନି ମୁଦୁଲି, 'ଜନଜାତି ବିକାଶ ଏବଂ ଯୋଜନାର ସଫଳ ରୂପାୟନ ବଡ଼ ଦାୟିତ୍ବ '

OPSC ପରୀକ୍ଷାରେ ଚମକିଲେ ବଣ୍ଡା ଝିଅ ବିନି, ଜନଜାତିରୁ ପ୍ରଥମ OAS

ଅନାମିକାଙ୍କ ମାଇଁ ତପସ୍ୱିନୀ କୁହନ୍ତି, ‘ପଇସା ପତ୍ର ଅଭାବ ଯୋଗୁଁ ଝିଅର ପାଠପଢା ବନ୍ଦ ହୋଇଗଲା । ପେଟ୍ରୋଲ ପମ୍ପରେ କାମ କରି ମାସିକ 6 ହଜାର ପାଉଥିଲା l ଦିଦି ମାନେ ଭେଟିଲେ ଆଉ କହିଲେ ତୋ ପାଇଁ ସୁବିଧା ଅଛି କାହିଁକି କାମ କରୁଛୁ ? ଏହାପରେ ସେ ପୁଣି ଥରେ ପାଠପଢା ଆରମ୍ଭ କରିଛି । ''

ଅନାମିକାଙ୍କୁ ଦିଶା ଦେଖାଇଲା "Aide Et Action" ଅନୁଷ୍ଠାନ:

ଅନାମିକାଙ୍କୁ ଶିକ୍ଷାର ସ୍ରୋତକୁ ଫେରେଇ ଆଣିବାରେ "Aide Et Action" ଅନୁଷ୍ଠାନର ବ୍ଲକ ସଂଯୋଜକ ମିନାକ୍ଷୀ ପ୍ରଧାନ ଓ ଅଙ୍ଗନବାଡି ଦିଦି ମଞ୍ଜୁଵାଲା ଧଳଙ୍କ ପ୍ରମୁଖ ଭୂମିକା ରହିଥିବା ଅନାମିକା କୁହନ୍ତି l ଏନେଇ Aide Et Action" ଅନୁଷ୍ଠାନ ର ବ୍ଲକ ସଂଯୋଜକ ମିନାକ୍ଷୀ ପ୍ରଧାନ କହିଛନ୍ତି, ''ଅନାମିକା ଓରାମ ଜଣେ ସିଙ୍ଗିଲ ପେରେଣ୍ଟ ଚାଇଲ୍ଡ ଆଉ ଜଣେ ଡ୍ରପ ଆଉଟ ମଧ୍ୟ l ସେ ତଥ୍ୟ ଆମେ ଅଙ୍ଗନବାଡି ଦିଦିଙ୍କ ଠାରୁ ପାଇଥିଲୁ l ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ଵିକା ସେସନ ଚାଲୁଛି, ପ୍ରତ୍ୟେକ ଶନିବାର ଗୋଟିଏ ବୈଠକ ଚାଲୁଛି କିଶୋରୀ ସଶକ୍ତିକରଣ ପାଇଁ l ସେଠି ସେ ଝିଅ ଆସିଥିଲେ ତାକୁ ଆମେ ସେଠି ଭେଟିଥିଲୁ ଓ ତା ଇଚ୍ଛା ବିଷୟରେ ପଚାରିଥିଲୁ l ସେ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା l ସେଠୁ ତାଙ୍କୁ ଉଦ୍ଧାର କରିକି ପାଠ ସହ ଯୋଡି ପାରିଛୁ l"

ଅନ୍ୟପଟେ ଅଙ୍ଗନବାଡି କର୍ମୀ ମଞ୍ଜୁଵାଲା ଧଳ କୁହନ୍ତି " ଆମେ ପ୍ରତ୍ୟେକ ମାସ ସବୁ ଶନିବାର ଅଦ୍ଵିକା ମିଟିଂ କରୁ l ଏଥିରେ 10 ରୁ 19 ବର୍ଷର ପିଲା ମାନେ ସାମିଲ ହୁଅନ୍ତି l ସେଥି ମଧ୍ୟରୁ 7 ରୁ 8 ଜଣ ଝିଅ ପେଟ୍ରୋଲ ପମ୍ପ ଓ ଦୋକାନରେ କାମ କରୁଥିଲେ l ମିଟିଂରେ ମିନାକ୍ଷୀ ରାଣୀ ପ୍ରଧାନ ପଚାରିଲେ ଯେ ମ୍ୟାଡ଼ାମ ଏଥର ITIରେ କେହି କେହି ନାମ ଲେଖେଇବେକି ବୋଲି l ମୁଁ କହିଲି ଆପଣ ଦିନେ ଆସନ୍ତୁ, ତାପରେ ସେମାନେ ଆସିଲେ, ମିଟିଙ୍ଗ କଲେ, ବୁଝେଇଲେ, ବୁଝେଇ ସରିଲା ପରେ ଝିଅ ମାନେ ରାଜି ହେଲେ l ଜୁଯୁମୁରା ରେ କ୍ୟାମ୍ପ ପଡିଥିଲା l ସେହି କ୍ୟାମ୍ପ କୁ ଝିଅ ଙ୍କୁ ଧରିକି ଯାଇଥିଲି l ସେଠାରେ ତାଙ୍କର ଆଜ୍ଞା ମାନେ ଆସିଥିଲେ, ବୁଝେଇ କରି 100 ଟଙ୍କା ରେ ଆଡ଼ମିସନ କରିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.