ETV Bharat / bharat

କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କୁ ବାହାରୁ ତାଲା ମାରିଲା ପୋଲିସ - କଣ୍ଟେନମେଣ୍ଟ ଅଞ୍ଚଳ

କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ ପୋଲିସ ଏକ ସ୍ଥାନୀୟ ପ୍ରଶାସନ ଲୋକ ମାନଙ୍କ ଘର ଗେଟରେ ତାଲା ପକାଉଛି।

Houses in teleganas gadwal placed under lock and key
କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କୁ ବାହାରୁ ତାଲା ମାରିଲା ପୋଲିସ
author img

By

Published : Apr 28, 2020, 3:48 PM IST

ହାଇଦ୍ରାବାଦ୍: ଲକଡାଉନ ଭିତରେ ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ। କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ ପୋଲିସ ଏକ ସ୍ଥାନୀୟ ପ୍ରଶାସନ ଲୋକ ମାନଙ୍କ ଘର ଗେଟରେ ତାଲା ପକାଉଛି। ଆବଦ୍ଧଅଞ୍ଚଳ ଭିତରେ ଲୋକେ କିପରି ଘରେ ରହିବେ ଏବଂ ବାହାରକୁ ନବାହାରିବେ ଏହା ସୁନିଶ୍ଚିତ କରିବା ପାଇଁ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି ଗୋଡୱାଲ ପ୍ରଶାସନ।

ଭାରତ କୋରୋନା ମୁକାବିଲା କରୁଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ସାମନାକୁ ଆସିଛି। ପୂର୍ବରୁ କଣ୍ଟେନମେଣ୍ଟ ଅଞ୍ଚଳ ଓ ଲକଡାଉନକୁ କଡାକଡି ପାଳନ ପାଇଁ ଲୋକଙ୍କୁ ଅପିଲ କରାଯାଉଥିଲା ହେଲେ ପ୍ରଥମ ଥର ପାଇଁ ତେଲେଙ୍ଗାନାର ଗଡୱେଲରେ ଲୋକଙ୍କୁ ଜବରଦସ୍ତ ଘରେ ରଖିବା ପାଇଁ ଗେଟ ଆଗରେ ତାଲା ମାରିଛି ସ୍ଥାନୀୟ ପ୍ରଶାସନ।

ସୂଚନା ଥାଉକି, ଏବେ ସୁଦ୍ଧା ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଥିବା ବେଳେ 15ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.