ରାଞ୍ଚି: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସନ୍ତା 2022 ମସିହା ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେପଟେ କିନ୍ତୁ ଏହି ପ୍ରତିଶ୍ରୁତିର ବାସ୍ତବ ଦୃଶ୍ୟ କିନ୍ତୁ କିଛି ଭିନ୍ନ । ଯାହା ଯୋଜନାର ବାସ୍ତବସ୍ଥିତି ବଖାଣୁଛି । ଦେଶର ଉନ୍ନତି ହେଉଥିବା ବେଳେ ଅନେକ ସ୍ଥାନରେ ଏହି ଯୋଜନା କିନ୍ତୁ ଆଜିବି ଅପହଞ୍ଚ । ଯାହା ଝାଡ଼ଖଣ୍ଡର ଚତରା ଜିଲ୍ଲାର ସିମୋରିଆ ଗ୍ରାମରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଶୈଳୀରୁ ଏହା ବେଶ ଅନୁମେୟ । ପ୍ରଶାସନିକ ସ୍ତରରେ ଅବହେଳା ପାଇଁ ଅନେକ ବାସିନ୍ଦା ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ପାଇ ନଥିବା ଜଣାପଡ଼ିଛି।
ଏହି ଗାଁରେ ଜଣେ ବାସିନ୍ଦା ହେଉଛନ୍ତି ମମତା ଓରାଓଁ । 2015 ମସିହାରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଁ ଅନୁଦାନ ରାଶି ମିଳିଥିଲା । ଫଳରେ ମମତାଙ୍କ ପରିବାର ବେଶ ଖୁସି ଥିଲେ । ଏପରିକି କାମ ମଧ୍ୟ ଆରମ୍ଭ କରିଦେଇଥିଲେ । ଘରର ନିଅଁ ପକାଇବା ସହିତ କାନ୍ଥ କାମ ମଧ୍ୟ ଆରମ୍ଭ କରିଦେଇଥିଲେ । ଏହାକୁ ଦେଖି ପ୍ରଥମ କିସ୍ତିରେ ମଧ୍ୟ ଅନୁଦାନ ମିଳିଯାଇଥିଲା।
ତେବେ ମମତାଙ୍କ ପକ୍କା ଘର ପ୍ରସ୍ତୁତ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ପାରିନଥିବା ଜଣାପଡ଼ିଛି। କାରଣ ଏହାର ବିଭାଗୀୟ ଅବହେଳା ବୋଲି ସେ କହିଛନ୍ତି। କାରଣ ପ୍ରଥମ କିସ୍ତି ପରେ ଅବଶିଷ୍ଟ କିସ୍ତି ମିଳିନଥିବା ଜଣାପଡ଼ିଛି । ବିଭାଗୀୟ ଅବହେଳା ପାଇଁ ତାଙ୍କୁ ଏହି ରାଶି ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେବେ 4 ବର୍ଷ ବିତି ଯାଇଥିଲେ ମଧ୍ୟ ମମତା ମାତ୍ର ଗୋଟିଏ କିସ୍ତି ହିଁ ପାଇଛନ୍ତି।
ଏନେଇ ସରକାରୀ ଅଧିକାରୀ ଲଲିତା ଦେବୀ କହିଛନ୍ତି, ଏହି ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ତେବେ ସେ କହିଛନ୍ତି କି, ଏହି ଘଟଣାର ତର୍ଜମା କରିବା ପରେ ତାଙ୍କୁ ଅବଶିଷ୍ଟ କିସ୍ତି ମଧ୍ୟ ଦିଆଯିବ । ସେପଟେ ମମତା କହିଛନ୍ତି କି ସେ ବର୍ତ୍ତମାନ ରୋଗାଗ୍ରସ୍ତ । ଗୋଟିଏ ଗୋଡ଼ ଖରାପ ଥିବାରୁ ସେ ଗୋଟିଏ ଗୋଡ଼ ସାହାଯ୍ୟରେ ଚଳପ୍ରଚଳ କରୁଛନ୍ତି । ଫଳରେ ତାଙ୍କର ସ୍ତ୍ରୀ ବର୍ତ୍ତମାନ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି। ଦିନମଜୁରି ଲାଗିଲେ ତାଙ୍କର ପରିବାର ଚଳେ ବୋଲି ମମତା କହିଛନ୍ତି।