ETV Bharat / bharat

ବାହାଘର ପୂର୍ବରୁ ବିୟୁଟି ପାର୍ଲରରେ ଗଳାକାଟି କନ୍ୟାର ହତ୍ୟା - ବାହାଘର ପୂର୍ବରୁ କନ୍ୟାର ହତ୍ୟା

ମଧ୍ୟପ୍ରଦେଶ ରତଲାମର ଜଣେ 25 ବର୍ଷୀୟ କନ୍ୟାର ବାହାଘର ପୂର୍ବରୁ ତା ଗଳାକୁ କେହି ଜଣେ ବିୟୁଟି ପାର୍ଲର ଭିତରେ କାଟିଦେଇଛି । କନ୍ୟା ଓ ତାର ଭଉଣୀ ଉଭୟ ମେକଅପ ନେବା ପାଇଁ ଏକ ବିୟୁଟି ପାର୍ଲରକୁ ଆସିଥିଲେ । ଅଧିକ ପଢନ୍ତୁ...

ବାହାଘର ପୂର୍ବରୁ ବିୟୁଟି ପାର୍ଲରରେ ଗଳାକାଟି କନ୍ୟାର ହତ୍ୟା

author img

By

Published : Jul 5, 2020, 10:42 PM IST

ଭୋପାଳ: ସରିସାରିଥିଲା ବାହାଘରର ସମସ୍ତ ପ୍ରସ୍ତୁତି । ବର ଓ କନ୍ୟାଙ୍କୁ ଅପେକ୍ଷା କରି ରହିଥିଲା ବାହାବେଦୀ । ସବୁ ଝିଅଙ୍କ ପରି ସେ ବି ବେଦୀରେ ବସିବା ପୂର୍ବରୁ ବୋହୂ ବେଶରେ ସଜେଇ ହେବାକୁ ଯାଇଥିଲା ବିୟୁଟି ପାର୍ଲର । ହେଲେ କିଏ ଜାଣିଥିଲା ବିୟୁଟି ପାର୍ଲରରେ ତାକୁ ଅନାଇ ରହିଥିଲା ମୃତ୍ୟୁ । ହାତଗଣ୍ଠି ପଡିବା ପୂର୍ବରୁ କେହି ଜଣେ କାଟିଦେଲା କନ୍ୟାର ଗଳା । ଆଉ ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ତାର ଜୀବନ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ ।

ରତଲାମର ଜଣେ 25 ବର୍ଷୀୟ କନ୍ୟାର ବାହାଘର ପୂର୍ବରୁ ତାର ଗଳାକୁ କେହି ଜଣେ ବିୟୁଟି ପାର୍ଲର ଭିତରେ କାଟିଦେଇଛି । କନ୍ୟା ଓ ତାର ଭଉଣୀ ଉଭୟ ମେକଅପ ହେବା ପାଇଁ ଏକ ବିୟୁଟି ପାର୍ଲରକୁ ଆସିଥିଲେ । ହଠାତ କେହି ଜଣେ ବିୟୁଟି ପାର୍ଲର ଭିତରକୁ ପଶିଆସି କନ୍ୟାର ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇ ସେଠାରୁ ଫେରାର ହୋଇଯାଇଥିଲା । ସଙ୍ଗେସଙ୍ଗେ କନ୍ୟା ଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସଂଧ୍ୟାରେ କନ୍ୟାର ବାହାଘର ହେବାକୁ ଥିଲା ।

ଘଟଣାରେ ଅଭିଯୁକ୍ତ ଏତେଯାଏଁ ଧରାପଡିନଥିବାବେଳେ ହତ୍ୟାର କାରଣ ମଧ୍ୟ ଜଣାପଡିନାହିଁ । ତେବେ ଘଟଣାରେ କିଛି ସୁରାଗ ହାତରେ ଲାଗିଥିବାବେଳେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଏସପି ।

@PTI_News

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.