ETV Bharat / bharat

ଭାରତ -ଚୀନ ବିବାଦ, ପୂର୍ବ ଲଦାଖରେ ଅପ୍ରୀତିକର ପରିସ୍ଥିତିର ଆଶଙ୍କା କଲେ ନରୱଣେ - ଭାରତ -ଚୀନ ବିବାଦ

ସାମରିକ କଥାବାର୍ତ୍ତା ପରେ ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଅସନ୍ତୋଷ ସମ୍ପର୍କରେ ଭାରତ ଏବଂ ଚୀନ୍ ପୁନର୍ବାର ଆଲୋଚନା କରିବାର ସମ୍ଭାବନା ରହିଛି। ଏହାସହ ଆଗାମୀ ଦିନରେ ପୂର୍ବ ଲଦାଖରେ ଅପ୍ରୀତିକର ପରିସ୍ଥିତିର ଆଶଙ୍କା କଲେ ନରୱଣେ । ଅଧିକ ଖବର ପଢନ୍ତୁ...

ଭାରତ -ଚୀନ ବିବାଦ, ପୂର୍ବ ଲଦାଖରେ ଅପ୍ରୀତିକର ପରିସ୍ଥିତିର ଆଶଙ୍କା କଲେ ନରୱାଣେ

author img

By

Published : Nov 11, 2020, 10:24 AM IST

ନୂଆଦିଲ୍ଲୀ: ଥମୁନି ଭାରତ-ଚୀନ ସୀମା ବିବାଦ । ଦୀର୍ଘ 6 ମାସରୁ ଉର୍ଦ୍ଧ୍ବ ସମୟ ଅପ୍ରୀତିକର ପରିସ୍ଥିତି ବଳବତ୍ତର ରହିଛି । ଏହା ଭିତରେ ସେନା ମୁଖ୍ୟ ଜେନେରାଲ ଏମ ନରୱଣେ ଭାରତ ଓ ଚୀନ ସହ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନ କଥା କହିଛନ୍ତି । ଏହା ପରେ ବି ଚୀନ ପଟୁ ଭାରତ ସହ କୌଣସି ଯୁଦ୍ଧ ପରିସ୍ଥିତି ବା ଆକ୍ରମଣ ହୋଇପାରେ ବୋଲି ନରୱଣେ ଆଶଙ୍କା କରିଛନ୍ତି । ଚୀନ୍‌ର ବରିଷ୍ଠ କମାଣ୍ଡୋମାନେ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଇଁ ଲୁହା ରଡରେ ଆକ୍ରମଣ କରିବା ପାଇଁ ଆଲୋଚନା କରୁଛନ୍ତି ବୋଲି ସୂଚନା ମିଳିଛି ।

ଏହାପରେ ବି ସେ କହିଛନ୍ତି ଯେ ଆମେ ଏକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ଆଶାବାଦୀ । ଯାହା ପାରସ୍ପରିକ ଗ୍ରହଣୀୟ ଏବଂ ଅତ୍ୟଧିକ ନୀତିଗତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକୃତରେ ଲାଭଦାୟକ ଅଟେ । ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ଲଦାଖରେ ସ୍ଥିତି ଏବେ ସ୍ଥିର ରହିଛି । ପ୍ରତିରକ୍ଷା ଏବଂ ସାମରିକ ପ୍ରସଙ୍ଗ ଉପରେ ଏକ ପୋର୍ଟାଲ Bharatshakti.in ଦ୍ବାରା ଆୟୋଜିତ ଏକ କନକ୍ଲେଭରେ ଜେନେରାଲ ନରୱଣେ ଏହା କହିଛନ୍ତି । ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ନିୟୋଜିତ ଭାରତୀୟ ସୌନ୍ୟଙ୍କୁ ସମସ୍ତ ପୋଷାକ ଏବଂ ଅସ୍ତ୍ରଶସ୍ତ୍ର ଦିଆଯାଇଛି ।

ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଅସନ୍ତୋଷ ପ୍ରକ୍ରିୟାରେ ସମ୍ଭାବ୍ୟ ସଫଳତା ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଭାରତ ଏବଂ ଚୀନ୍ ଆଉ ଏକ ରାଉଣ୍ଡ ସାମରିକ ଆଲୋଚନା କରିବାର ସମ୍ଭାବନା ରହିଛି । ଶୁକ୍ରବାର ଅଷ୍ଟମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି ।

ଶୁକ୍ରବାର ପୂର୍ବରୁ ପ୍ରକାଶିତ ମିଳିତ ବିବୃତ୍ତିରେ ଭାରତୀୟ ସେନା ଏବଂ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଏହି ଆଲୋଚନାକୁ ଖୋଲା, ଗଭୀର ଏବଂ ଗଠନମୂଳକ ବୋଲି ବର୍ଣ୍ଣନା କରିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ ଦୁଇ ଦେଶର ନେତାଙ୍କ ଦ୍ବାରା ମିଳିଥିବା ଗୁରୁତ୍ବପୂର୍ଣ୍ଣ ସହମତିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିବା ଏବଂ ଫ୍ରଣ୍ଟଲାଇନ ସୌନ୍ୟମାନେ ସଂଯମତା ଅବଲମ୍ବନ କରିବା ଏବଂ ଭୁଲ ବୁଝାମଣାକୁ ଏଡାଇବା ପାଇଁ ସହମତ ହୋଇଛି । ତେବେ ଭାରତ ପକ୍ଷରୁ 50 ହଜାର ସୈନ୍ୟ ପୂର୍ବ ଲଦାଖର ବିଭିନ୍ନ ଉଚ୍ଚତମ ସ୍ଥାନରେ ନିଯୁକ୍ତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.