ETV Bharat / bharat

ସଂସଦରେ ଉଠିଲା ତବଲିଗି ଜମାତ ପ୍ରସଙ୍ଗ, ଗୃହ ରାଜ୍ୟମନ୍ତ୍ରୀ ରଖିଲେ ଉତ୍ତର - tablighi jamaat

ରାଜଧାନୀ ଦିଲ୍ଲୀରେ ପ୍ରଥମେ କୋରୋନା ସଙ୍କଟ ଆରମ୍ଭ ହୋଇଥିଲା । ଏହାପଛରେ କାରଣ ଥିଲା ତବଲିଗି ଜମାତ୍ । ସୋମବାର ସଂସଦରେ ଏହି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା ଓ ଏହାର ଉତ୍ତର ରଖିଛି ଗୃହ ମନ୍ତ୍ରଣାଳୟ ।

ସଂସଦରେ ଉଠିଲା ତବଲିଗୀ ଜମାତ ପ୍ରସଙ୍ଗ
ସଂସଦରେ ଉଠିଲା ତବଲିଗୀ ଜମାତ ପ୍ରସଙ୍ଗ
author img

By

Published : Sep 21, 2020, 1:33 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଥମେ କୋରୋନା ସଙ୍କଟ ଆରମ୍ଭ ହୋଇଥିଲା । ଏହାପଛରେ କାରଣ ଥିଲା ତବଲିଗି ଜମାତ୍ । ସୋମବାର ସଂସଦରେ ଏହି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା ଓ ଏହାର ଉତ୍ତର ରଖିଛି ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟ କହିଛି ଯେ ନିୟମ ଉଲ୍ଲଂଘନ କରି ଅନେକ ଲୋକ ଗୋଟିଏ ସ୍ଥାନରେ ରହିଥିଲେ, ଯେଉଁ କାରଣରୁ କୋରୋନା ଅନେକ ଲୋକଙ୍କ ନିକଟରେ ବ୍ୟାପିଗଲା।

ରାଜ୍ୟସଭା ସାଂସଦ ଅନୀଲ ଦେଶାଇ ତବଲିଗି ଜମାତ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ କୋରୋନା ସଂକ୍ରମଣ ବିସ୍ତାର ହେବାର ମୁଖ୍ୟ କାରଣ ତବଲିଗି ଜମାତ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ କେତେ ଲୋକ ଏକାଠି ହୋଇଥିଲେ ? ବର୍ତ୍ତମାନ ପର୍ଯ୍ୟନ୍ତ ତବଲିଗି ଜମାତର କେତେ ଜଣଙ୍କୁ ଗିରଫ କରାଯାଇଛି ଓ ମୌଲାନା ସାଦ ସ୍ଥିତି କ’ଣ ? ଯଦି ମୌଲାନା ସାଦକୁ ଗିରଫ କରାଯାଇଛି ତେବେ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ? ଆଦି ପ୍ରଶ୍ନ କରିଥିଲେ ।

ସାଂସଦଙ୍କ ଏଭଳି ପ୍ରଶ୍ନରେ ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡୀ ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସର ସୂଚନାନୁସାରେ, ନିର୍ଦ୍ଦେଶନାମା ଜାରି ସତ୍ତ୍ବେ ବହୁ ଦିନ ଧରି ଗୋଟିଏ ସ୍ଥାନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଏହି ସମୟ ମଧ୍ୟରେ ମାସ୍କ ପିନ୍ଧାଯାଇ ନଥିଲା କି ଅନ୍ୟ ନିୟମ ପାଳନ କରାଯାଇନଥିଲା । ଏହି କାରଣରୁ କୋରୋନା ସଂକ୍ରମଣ ଅନେକ ଲୋକଙ୍କ ମଧ୍ୟରେ ବ୍ୟାପିଗଲା ।

ମାର୍ଚ୍ଚ 29 ସୁଦ୍ଧା ଦିଲ୍ଲୀ ପୋଲିସ ନିଜାମୁଦ୍ଦିନ ଅଞ୍ଚଳରୁ ମୋଟ 2361 ଜଣଙ୍କୁ ସ୍ଥାନାନ୍ତର କରିଛି। ସେଥିମଧ୍ୟରୁ 233 ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ମୌଲାନା ସାଦଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ସଂସଦରେ ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀ ପୋଲିସ ତବଲିଗୀ ଜମାତ ସମ୍ବନ୍ଧରେ ଏକ ମାମଲା ରୁଜୁ କରିଛି । ବିଦେଶୀ ଅଧିନିୟମ, ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.