ETV Bharat / bharat

ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଗୃହ ମନ୍ତ୍ରଣାଳୟର SOP ଜାରି

author img

By

Published : Aug 23, 2020, 4:37 PM IST

ବନ୍ଦେ ଭାରତ ଯୋଜନା ଅଧୀନରେ ଅଣ-ଯୋଜନାବଦ୍ଧ ବାଣିଜ୍ୟିକ ବିମାନ ଏବଂ ଏୟାର ବବଲ୍ ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରଣାଳୟ ଶନିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛି। ଭାରତ ବର୍ତ୍ତମାନ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାତାର, ମାଲଦ୍ୱୀପ ଏବଂ ସଂଯୁକ୍ତ ଆରବ ଏମିରାତ ସହିତ ଏୟାର ବବୁଲ ବ୍ୟବସ୍ଥା ସ୍ଥାପନ କରିଛି । ଅଧିକ ପଢନ୍ତୁ...

ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଗୃହ ମନ୍ତ୍ରଣାଳୟର SOP ଜାରି
ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଗୃହ ମନ୍ତ୍ରଣାଳୟର SOP ଜାରି

ନୂଆଦିଲ୍ଲୀ: ବନ୍ଦେ ଭାରତ ଯୋଜନା ଅଧୀନରେ ଅଣ-ଯୋଜନାବଦ୍ଧ ବାଣିଜ୍ୟିକ ବିମାନ ଏବଂ ଏୟାର ବବଲ୍ ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରଣାଳୟ ଶନିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ SOP ଅନୁଯାୟୀ, ବନ୍ଦେ ଭାରତ ମିଶନ ଅଧୀନରେ ଉଡାଣ ମାଧ୍ୟମରେ ଭାରତ ଆସିବାକୁ ଇଚ୍ଛା କରୁଥିବା ଲୋକମାନେ ସେହି ଦେଶରେ ଥିବା ଭାରତୀୟ ମିଶନ ସହିତ ପଞ୍ଜୀକୃତ ହୋଇପାରିବେ। ତଥାପି, ଯେଉଁ ଉଡାଣ ପାଇଁ ଯାହା ଏୟାର ବବଲ୍ ବ୍ୟବସ୍ଥାରେ ପରିଚାଳିତ ହେବ, ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ।

ଭାରତ ବର୍ତ୍ତମାନ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାତାର, ମାଲଦ୍ୱୀପ ଏବଂ ସଂଯୁକ୍ତ ଆରବ ଏମିରାତ ସହିତ ଏୟାର ବବୁଲ ବ୍ୟବସ୍ଥା ସ୍ଥାପନ କରିଛି । ଏହି ପରିପ୍ରେକ୍ଷୀରେ ଆହୁରି 13 ଟି ଦେଶ ସହିତ ଆଲୋଚନା ଚାଲିଛି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦେଶରୁ ଭାରତୀୟମାନଙ୍କୁ ଆଣିବା ପାଇଁ 'ବନ୍ଦେ ଭାରତ ମିଶନ' ଅଭିଯାନ ଆରମ୍ଭ କରାଯାଇଥିଲା।

ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 1.1 ମିଲିୟନ ବା ପ୍ରାୟ 11.23 ଲକ୍ଷ ଭାରତୀୟ ଘରକୁ ଫେରିଛନ୍ତି। ତେବେ ଏହି ମିଶନ ଅଧୀନରେ ପ୍ରାୟ 500 ଅନ୍ତର୍ଜାତୀୟ ବିମାନ ଏବଂ 130 ଘରୋଇ ବିମାନ ଚଳାଚଳ କରିଛି । ବିମାନଗୁଡ଼ିକ 22 ଟି ଦେଶରୁ ବିଚ୍ଛିନ୍ନ ଭାରତୀୟମାନଙ୍କୁ ଦେଶର 23 ଟି ବିଭିନ୍ନ ବିମାନବନ୍ଦରକୁ ଫେରାଇ ଆଣିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.