ନୂଆଦିଲ୍ଲୀ: ଏନଆରସି ପାଇଁ ଡରିବାର ଆବଶ୍ୟକତା ନଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ମୁସଲିମଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ଶାହ ସୂଚନା ଦେଇଛନ୍ତି । ଏହାସହ ଅନୁପ୍ରବେଶକାରୀଙ୍କୁ ଦେଶରୁ ଯିବାକୁ ପଡିବ ବୋଲି ଶାହ ଚେତାବନୀ ଦେଇଛନ୍ତି ।
ଆଗାମୀ କିଛି ଦିନ ଭିତରେ ମୁସଲିମ ସମ୍ପ୍ରଦାୟଙ୍କ ପାଇଁ ବିଶେଷ ବ୍ୟବସ୍ଥାର ଘୋଷଣା ହୋଇପାରେ ବୋଲି ଗୃହମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଏନଆରସି ଯୋଗୁଁ କୌଣସି ବି ଧର୍ମର ଭାରତୀୟ ନାଗରିକଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି ଶାହ ଟ୍ବିଟ କରିଛନ୍ତି । ବିରୋଧୀ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ପ୍ରୟାସ କରୁଥିବାରୁ ସେମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ଶାହ କହିଛନ୍ତି ।