ETV Bharat / bharat

ଶାହାଙ୍କ ସ୍ପଷ୍ଟୋକ୍ତି; NPRରେ ନାଁ ନଥିଲେ ରଦ୍ଦ ହେବ ନାହିଁ ନାଗରିକତା - nrc

ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଏନଆରସି, ସିଏଏ ଓ ଏନପିଆର ପ୍ରସଙ୍ଗରେ ସରକାରଙ୍କ ମତ ରଖିଛନ୍ତି। କ’ଣ କହିଛନ୍ତି ଶାହା ପଢନ୍ତୁ ଅଧିକ...

PHOTO
home minister amit shah
author img

By

Published : Dec 24, 2019, 9:32 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ 2021 ଜନଗଣନା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାସହ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର) ଅପଡେଟକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଗୃହମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଠିକ କହିଥିଲେ, କ୍ୟାବିନେଟ ଓ ସଂସଦରେ ଏନଆରସିକୁ ନେଇ କୌଣସି ଆଲୋଚନା ହୋଇନଥିଲା। ଆଉ ବିଜେପିର ଇସ୍ତାରହାର କଥା ଉଠୁଛି ସଂସଦରେ ଆଲୋଚନା ହେବା ଆଉ ବିଜେପିର ଇସ୍ତାହାର ଦୁଇଟି ଭିନ୍ନ ପ୍ରସଙ୍ଗ। ନାଗରିକତା ସଂଶୋଧନ ନିୟମ ଏନପିଆର ଏବଂ ଏନଆରସିକୁ ନେଇ ବିରୋଧି ରାଜନୀତି କରୁଛନ୍ତି। ଦେଶର ସଂଖ୍ୟାଲଘୁଙ୍କୁ ସିଏଏ ଓ ଏନଆରସିକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହାସହ ଶାହା କହିଛନ୍ତି ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି, ଏମିତି କିଛି ନକରନ୍ତୁ ଯାହା ଦ୍ବାରା ଦେଶର ଅସୁବିଧା ହେବ ବୋଲି କହିଛନ୍ତି। ଯେତେବେଳେ ପ୍ରଶ୍ନ କରାଗଲା ଯେ ଯଦି ବିଜେପି ଶାସିତ ରାଜ୍ୟ ଏନପିଆରକୁ ଲାଗୁ କରିବା ପାଇଁ ମନା କରିବେ କେନ୍ଦ୍ର ସରକାର କ’ଣ କରିବେ। ଏହାର ଜବାବରେ ଶାହା କହିଛନ୍ତି, ଏନପିଆରକୁ ନେଇ କାହାକୁ କୌଣସି ଅସୁବିଧା ହେବ ନାହିଁ। କେନ୍ଦ୍ର ସରକାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ବିସ୍ତୃତ ଭାବେ ବୁଝାଇବାକୁ ଚେଷ୍ଟା କରିବେ।

ଭିଡିଓ ସୌଜନ୍ୟ: ଏଏନଆଇ

ଏନପିଆର ପ୍ରକ୍ରିୟା କଂଗ୍ରେସ ଆରମ୍ଭ କରିଥିଲା

ଅମିତ ଶାହା କହିଛନ୍ତି 2010ରେ ଏନପିଆର ପ୍ରକ୍ରିୟା କଂଗ୍ରେସ ସରକାର ଆରମ୍ଭ କରିଥିଲା । ଏନପିଆରରେ ଆଧାର ନମ୍ବର ଦେବା କୌଣସି ପ୍ରାବଧାନ ନାହିଁ। ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହା କହିଛନ୍ତି ଯଦି କୌଣସି କାରଣରୁ ଏନପିଆରରେ କୌଣସି ବି ନାଗରିକ ସାମିଲ ହୋଇପାରିଲେ ନାହିଁ ତେବେ ମଧ୍ୟ କାହାର ନାଗରିକତା ରଦ୍ଦ ହେବ ନାହିଁ । ଏନପିଆର ଏନଆରସି ଠାରୁ ସମ୍ପୂର୍ଣ୍ଣ ରୂପେ ଅଲଗା ବୋଲି ଦୋହରାଇଛନ୍ତି ଶାହା। ସିଏଏକୁ ନେଇ ହେଉଥିବା ବିରୋଧର ପ୍ରଶ୍ନର ଉତ୍ତରରେ କହିଛନ୍ତି ଏହା ରାଜନୈତିକ ଉଦ୍ଦେଶ୍ୟରେ ହେଉଛି। ଯେଉଁ ରାଜ୍ୟରେ ଅଧିକ ଅନୁପ୍ରବେଶକାରୀ ଅଛନ୍ତି ସେହି ରାଜ୍ୟରେ ଆନ୍ଦୋଳନ ହେଉନାହିଁ ବୋଲି କହିଛନ୍ତି।

ଏନପିଆର ପ୍ରସଙ୍ଗରେ ଆହୁରି କହିଛନ୍ତି ଏଥିରେ ନାଗରିକଙ୍କର ନାମ, ଠିକଣା, ଶିକ୍ଷା, ବୃତ୍ତି, ଘରର ପଶୁପକ୍ଷୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହି ଏନପିଆର ଭାରତର ନାଗରିକତା ଭାବେ ଗ୍ରହଣ ହେବ ନାହିଁ।

ଡିଟେନସନ ସେଣ୍ଟରକୁ ନେଇ ଶାହାଙ୍କ ସ୍ପଷ୍ଟୀକରଣ

ଡିଟେନସନ ସେଣ୍ଟରକୁ ନେଇ ଅମିତ ଶାହା କହିଛନ୍ତି ଯଦି କେହି ଅନ୍ୟଦେଶରୁ ବେଆଇନ ଭାବେ ଭାରତକୁ ଆସୁଛି ତାକୁ ଜେଲରେ ରଖାଯାଇ ପାରିବ ନାହିଁ। ସେମାନଙ୍କୁ ଡିଟେନସନ ସେଣ୍ଟରରେ ରଖାଯାଇଥାଏ । ଏନଆରସି ସହ ଡିଟେନସନ ସେଣ୍ଟର ସହ କୌଣସି ସମ୍ପର୍କ ନାହିଁ। ଏହାସହ ଶାହା କହିଛନ୍ତି ଆସାମରେ କେବଳ ଗୋଟିଏ ଡିଟେନସନ ସେଣ୍ଟର ଅଛି । ଆଉ ଏହା ମୋଦି ସରକାରଙ୍କ ସମୟରେ ନିର୍ମିତ ହୋଇନାହିଁ। ଆଉ ଯେଉଁଠି ବି ନିର୍ମାଣ ହୋଇଛି ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ଶାହା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.