ETV Bharat / bharat

ଓଡିଶାକୁ ନେଇ ଏନପିଆର ଉଦାହରଣ ଦେଲେ ଶାହା

ମଙ୍ଗଳବାର ଏନପିଆରକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶାର ଉଦାହରଣ ଦେଇଛନ୍ତି। କ’ଣ କହିଲେ ଶାହା ଓଡିଶାକୁ ନେଇ ପଢନ୍ତୁ....

PHOTO
example odisha
author img

By

Published : Dec 24, 2019, 9:58 PM IST

Updated : Mar 5, 2020, 6:11 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 2021 ଜନଗଣନା ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଏହାସହ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)ର ଅପଡେଟକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଓଡିଶାକୁ ନେଇ ଏନପିଆର ଉଦାହରଣ ଦେଲେ ଶାହା

ମଙ୍ଗଳବାର ଖବର ସରାବାହ ସଂସ୍ଥାକୁ ସାକ୍ଷାତକାର ଦେଇ ଗୃହମନ୍ତ୍ରୀ ସିଏଏ, ଏନଆରସି ଓ ଏନପିଆର କୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାସହ ସିଏଏ, ଏନଆରସି ସହ ଏନପିଆରର କୌଣସି ସମ୍ପର୍କ ନଥିବା କହିଛନ୍ତି। ଏନଆରପିର ଉଦାହରଣ ଦେବାକୁ ଯାଇ ଶାହା ଓଡିଶାର ଉଦାହରଣ ଦେଇଛନ୍ତି। ଶାହା କହିଛନ୍ତି ଗୁଜୁରାଟରେ ଓଡିଶା, ୟୁପି, ବିହାରରୁ ଲୋକ ଆସି ବସବାସ କରୁଛନ୍ତି । ନିଜ କର୍ମ ପାଇଁ ଅନେକ ପରିବାର ଧରି ବର୍ଷବର୍ଷ ଧରି ରହୁଛନ୍ତି। ତାଙ୍କର ବାସ୍ତବ ସ୍ଥିତି ଜାଣିଲେ ସିନା ସରକାର ତାଙ୍କ ପାଇଁ କ’ଣ କରିବେ।

ସେମାନଙ୍କ ପିଲା କେତେ ଅଛନ୍ତି ତାଙ୍କର ସ୍ଥିତି କଣ ତାହା ପ୍ରଶାସନକୁ ଜଣାପଡିଲେ ତାଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବ। ସ୍କୁଲ, ଶିକ୍ଷା ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଏନପିଆର ହିଁ ସହାୟତା କରିବ। ଏହି ସବୁ ତଥ୍ୟ କେବଳ ଏନପିଆର ମାଧ୍ୟମରେ ହୋଇପାରିବ ବୋଲି ଶାହା କହିଛନ୍ତି।

Last Updated : Mar 5, 2020, 6:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.