ETV Bharat / bharat

ନିଜ ସଂସଦୀୟ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଶାହା

ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବା ସଂସଦୀୟ କ୍ଷେତ୍ର ଗାନ୍ଧୀନଗରରେ ବିକାଶମୂଳକ କାର୍ଯ୍ୟ ଓ କୋଭିଡ-19 ସ୍ଥିତି ସମୀକ୍ଷା କରିଛନ୍ତି।

author img

By

Published : Jul 14, 2020, 3:48 PM IST

ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଶାହା
ବିକାଶମୂଳକ କାର୍ଯ୍ୟ ସମୀକ୍ଷା କଲେ ଶାହା

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ନିର୍ବାଚନମଣ୍ଡଳୀ ବା ସଂସଦୀୟ କ୍ଷେତ୍ର ଗାନ୍ଧୀନଗରରେ ବିକାଶମୂଳକ କାର୍ଯ୍ୟ ଓ କୋଭିଡ-19 ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ସେ ଗାନ୍ଧୀନଗର ଓ ଅହମ୍ମଦାବାଦର ଅଧିକାରୀଙ୍କୁ କୋରୋନା ଭାଇରସର ବିସ୍ତାର ଯାଞ୍ଚ ପାଇଁ ରାପିଡ୍ କୋଭିଡ-19 ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଜିଲ୍ଲାଅଧିକାରୀଙ୍କୁ ନିଜ ନିଜ ଜିଲ୍ଲାବାସୀଙ୍କ ଯତ୍ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାହା ମ୍ୟୁନିସିପାଲିଟି ଓ ସ୍ଥାନୀୟ ସଂସ୍ଥାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଅଧୀନରେ ଅଞ୍ଚଳର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶରୀରର ତାପମାତ୍ରା ଓ ଅମ୍ଳଜାନର ମାତ୍ରା କମ୍ ଥିବା ସମସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସମସ୍ତ କୋଭିଡ-19 ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ 2 ଥର ଯାଞ୍ଚ କରାଯିବା ଉଚିତ୍। ଗୃହମନ୍ତ୍ରୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ ଯେ କୋଭିଡ-19 ର ମୃତ୍ୟୁ ହାର 0.75 ପ୍ରତିଶତ ତଳକୁ ଖସିଛି। ଏହି ସମୟରେ, ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମ ଅନୁସରଣ କରନଥିବା 376 ପାନ ଦୋକାନକୁ ସିଲ୍ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.