ETV Bharat / bharat

ଭାରତ ଓ ଆସାମରେ ବନ୍ୟାର କରାଳ ରୂପ - ଆସାମରେ ବନ୍ୟା ପରିସ୍ଥିତି

ଆସାମର 34ଟିରୁ 17ଟି ଜିଲ୍ଲା ବନ୍ୟା ପ୍ରଭାବିତ । ରାଜ୍ୟର 40 ପ୍ରତିଶତ ଅଞ୍ଚଳ ତଥା 32 ଲକ୍ଷ ହେକ୍ଟର ଜମି ବନ୍ୟା ପ୍ରବଣ । ଅଧିକ ପଢନ୍ତୁ...

ଭାରତ ଓ ଆସାମରେ ବନ୍ୟାର କରାଳ ରୂପ
ଭାରତ ଓ ଆସାମରେ ବନ୍ୟାର କରାଳ ରୂପ
author img

By

Published : Jul 22, 2020, 6:05 AM IST

ହାଇଦ୍ରାବାଦ: ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ଅଧିକ । ବନ୍ୟା, ଭୂକମ୍ପ, ବାତ୍ୟା, ମରୁଡି ଭଳି ବିପର୍ଯ୍ୟୟ ବର୍ଷ ସାରା ଘଟିଥାଏ । ପ୍ରତିବର୍ଷ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ କରିଥାନ୍ତି ଦେଶବାସୀ । ଦେଶରେ 40 ମିଲିୟନ ହେକ୍ଟରରୁ ଅଧିକ ଜମି ବନ୍ୟାପ୍ରବଣ ଯାହା ମୋଟ୍ ଜମିର 12 ପ୍ରତିଶତ । ସେହିପରି ମୋଟ୍ 7516 ଉପକୂଳରୁ 5700 କିଲୋମିଟର ବନ୍ୟା ଓ ସୁନାମୀ ପ୍ରବଣ ବୋଲି ରିପୋର୍ଟ ରହିଛି ।

ଭାରତରେ ବିଭିନ୍ନ ସମୟରେ ହୋଇଥିବା ବନ୍ୟା ମଧ୍ୟରୁ 1978ରେ ଅଧିକ ପ୍ରଭାବ ପଡିଥିଲା ଯେବେ ଏଥିରେ 17.500 ମିଲିୟନ ହେକ୍ଟର ନଷ୍ଟ ହୋଇଥିଲା ଏବଂ 70.450 ମିଲିୟନ ଲୋକ ପ୍ରଭାବିତ ହୋଇଥିଲେ । ସେହିପରି 2005ରେ ସର୍ବାଧିକ 12.299 ମିଲିୟନ ହେକ୍ଟରର ଫସଲ ନଷ୍ଟ ହୋଇଥିଲା । 2015ରେ 17043.95 କୋଟିର ସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା ଯାହା ଦେଶରେ 2018 ଯାଏଁ ସର୍ବାଧିକ । ସମାନ ବର୍ଷ ମୋଟ୍ 57291.1 କୋଟିର ଆର୍ଥିକ କ୍ଷତି ସହିଥିଲା ଦେଶ । 1977ରେ ବନ୍ୟା ଯୋଗୁଁ 11 ହଜାର 316 ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଭାରତରେ ସର୍ବାଧିକ ବନ୍ୟାପ୍ରବଣ ଅଞ୍ଚଳ ଭାବେ ପୂର୍ବରେ ଆସାମର ବ୍ରହ୍ମପୁତ୍ର ଏବଂ ବାରାକ୍ ଉପତ୍ୟକା ପରିଚିତ । ସେହିପରି ମଣିପୁର, ପଶ୍ଚିମ ତ୍ରିପୁରା, ପଶ୍ଚିମବଙ୍ଗ, ବିହାରର ଗଙ୍ଗା ଓ କୋଶି ଉପତ୍ୟକା, ଓଡିଶା ଏବଂ ଝାଡଖଣ୍ଡରେ ମଧ୍ୟ ବନ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିଥାଏ । ଏହାସହ ଉତ୍ତରରେ ଉତ୍ତର ପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀରରେ ଏହାର ପ୍ରଭାବ ରହିଥାଏ । ପଶ୍ଚିମରେ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଦକ୍ଷିଣରେ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କେରଳରେ ବନ୍ୟା ସଙ୍କଟ ଦେଖାଦେଇଥାଏ । ତେବେ ଦେଶରେ ବର୍ଷା ହେବାର ବିଭିନ୍ନ କାରଣ ରହିଛି । ଅନେକ ସମୟରେ ପାଣିପାଗ ତଥା ଜଳବାୟୁ ଏଥିପାଇଁ ଦାୟୀ ରହିଥାଏ । ଅସମୟରେ ପ୍ରବଳ ବର୍ଷା, ନଦୀ ଓ ଏହାର ଉପଶାଖା କୂଳ ଲଙ୍ଘିବା, ଅତ୍ୟଧିକ ପରିମାଣରେ ପର୍ବତ ଓ ବୃକ୍ଷ କାଟିବା, ଡ୍ରେନେଜ ଅବ୍ୟବସ୍ଥା, ନଦୀର ପ୍ରବାହ ଓ ଅବବାହିକାରେ ପରିବର୍ତ୍ତନ ଏବଂ ବାତ୍ୟା ଭଳି କାରଣ ଅଧିକ ପରିମାଣରେ ବନ୍ୟା ସୃଷ୍ଟି କରିଥାଏ ।

ଆସାମରେ ଅଧିକ ନଦୀ ଥିବାବେଳେ ପ୍ରତିବର୍ଷ ଏମାନଙ୍କ ପ୍ରବାହର ଦିଗ ଯୋଗୁଁ ଏଠାରେ ବନ୍ୟା ଘଟିଥାଏ । ଏଠାରେ ନଦୀମାନେ ତଳମୁହାଁ ପ୍ରବାହିତ ହୋଇଥାନ୍ତି । ଅଧିକାଂଶ ନଦୀ ଉଚ୍ଚ ଜାଗାରୁ ଅତ୍ୟଧିକ ବେଗରେ ପ୍ରବାହିତ ହୁଅନ୍ତି । ପ୍ରବଳ ବର୍ଷାରେ ଏମାନେ ଦୁଇ ଗୁଣା ଫୁଲି ଯାଆନ୍ତି । ଫଳରେ ରାଜ୍ୟରେ ବନ୍ୟା ଆଶଙ୍କା ଅଧିକ ଦେଖାଦିଏ । ବ୍ରହ୍ମପୁତ୍ର ଓ ବାରାକ୍ ଉପତ୍ୟକାରେ ପ୍ରତିବର୍ଷ ବର୍ଷା ପ୍ରବଳ ମାତ୍ରାରେ ହୁଏ । ବର୍ଷା ଯୋଗୁଁ ନଦୀର ମାତ୍ରା ଫୁଲି ଉଠେ ଏବଂ ଏହା ତଳୁଆ ଅଞ୍ଚଳକୁ ଦ୍ରୁତ ଗତିରେ ବୋହିଚାଲେ । ଏହି ସମୟରେ ଏହାର ଅବବାହିକାରେ ଥିବା ଗାଁଗୁଡିକ ଅଧିକ ପ୍ରଭାବିତ ହୋଇଥାନ୍ତି । ଅରୁଣାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ବର୍ଷା ହେଲେ ମଧ୍ୟ ଆସାମରେ ବନ୍ୟା ସ୍ଥିତି ଦେଖାଦେଇଥାଏ ।

ଆସାମର 34ଟିରୁ 17ଟି ଜିଲ୍ଲା ବନ୍ୟା ପ୍ରଭାବିତ । ରାଜ୍ୟର 40 ପ୍ରତିଶତ ଅଞ୍ଚଳ ତଥା 32 ଲକ୍ଷ ହେକ୍ଟର ଜମି ବନ୍ୟା ପ୍ରବଣ । ଦେଶରେ 10.2 ପ୍ରତିଶତ ଅଞ୍ଚଳ ବନ୍ୟାପ୍ରବଣ । ହେଲେ ଆସାମରେ ଏହା 39.58 ପ୍ରତିଶତ । ଦେଶର ବନ୍ୟାପ୍ରବଣ ଅଞ୍ଚଳର 4 ଗୁଣା ଅଧିକ ଆସାମରେ ରହିଛି । ରାଜ୍ୟରେ 1988ରେ ହୋଇଥିବା ବନ୍ୟାରେ ସର୍ବାଧିକ 3.820 ମିଲିୟନ ହେକ୍ଟର ଜମି ପ୍ରଭାବିତ ହୋଇଥିଲା । ସେହିପରି 2004ରେ ସର୍ବାଧିକ 12.637 ମିଲିୟନ ଲୋକ ଏହାଦ୍ବାରା ପ୍ରଭାବିତ ହୋଇଥିଲେ । ସମାନ ବର୍ଷ ସର୍ବାଧିକ 497 ଲୋକଙ୍କର ମୃତ୍ୟୁ ହୋଇଥିଲା । 2005 ବନ୍ୟାରେ ସର୍ବାଧିକ 9.840 ମିଲିୟନ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ଏବଂ 1998ରେ 463.304 କୋଟି ଟଙ୍କାର ଶସ୍ୟ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.