ହାଇଦ୍ରାବାଦ: ଭାରତର ଜାତୀୟ ଫଳ ଆମ୍ବ । ଏହାକୁ ଫଳ ମଧ୍ୟରେ ରାଜା ବୋଲି ମଧ୍ୟ କୁହାଯାଏ । ଖରାଦିନରେ ପ୍ରାୟତଃ ଉପଲବ୍ଧ ହେଉଥିବା ଏହି ଫଳକୁ ପ୍ରାୟ ସମସ୍ତେ ବେଶ୍ ପସନ୍ଦ କରିଥାନ୍ତି । ତେଣୁ ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ରୂପେ ପାଳନ କରାଯାଏ ।
ଆମ୍ବର ଇତିହାସ
ପ୍ରାୟ 5000 ବର୍ଷ ପୂର୍ବେ ଭାରତରେ ପ୍ରଥମ କରି ଅମଳ ହୋଇଥିଲା ଆମ୍ବ । ପରେ ପରେ ଏହା ଦକ୍ଷିଣ ଏସିଆକୁ ବ୍ୟାପ୍ତ ହୋଇଥିଲା । ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ ବେଳକୁ ଏହି ସ୍ବାଦିଷ୍ଟ ଏବଂ ମଧୁର ଫଳ ଚାଷ ପୂର୍ବ ଆଫ୍ରିକାରେ ହେବାକୁ ଲାଗିଲା ।
କୁହାଯାଏ ଯେ ଭାରତରେ ବିକଶିତ ପେସଲି ଢ଼ାଞ୍ଚା ଆମ୍ବର ଆକୃତି ଉପରେ ଆଧାରିତ। ଆମ୍ବ ଭାରତ ସହ ପାକିସ୍ତାନ ଏବଂ ଫିଲିପାଇନ୍ସର ମଧ୍ୟ ଜାତୀୟ ଫଳ ଅଟେ। ବାଂଲାଦେଶରେ ଆମ୍ବ ଗଛ ହେଉଛି ଜାତୀୟ ବୃକ୍ଷ ।
1987 ପରଠାରୁ, ଭାରତର ନୂଆ ଦିଲ୍ଲୀ ଠାରେ ଏକ ଆନ୍ତର୍ଜାତୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ଦେଶର 50ରୁ ଅଧିକ ଆମ୍ବ ଉତ୍ପାଦନକାରୀଙ୍କୁ ଅନ୍ତର୍ଭୁକ୍ତ । ଏହି ଉତ୍ସବ ସମୟରେ, ଆମ୍ବର ଅନେକ ଦିଗ ଉପରେ ପ୍ରତିଯୋଗିତା ଏବଂ କୁଇଜ ହୋଇଥାଏ, ଯେଉଁଥିରେ ବିଭିନ୍ନ ବ୍ୟଞ୍ଜନରେ ଆମ୍ବର ବ୍ୟବହାର, ଏବଂ ବିଭିନ୍ନ ପ୍ରକାରର (550ରୁ ଅଧିକ)ଆମ୍ବ ବିଷୟରେ ଆଲୋଚନା ହୁଏ ।
ଆମ୍ବ ଅଧିକାଂଶ ବରଫମୁକ୍ତ ଉଷ୍ଣ ଜଳବାୟୁରେ ଚାଷ କରାଯାଏ, ଏବଂ ବିଶ୍ବର ଉତ୍ପାଦିତ ଓ ଯୋଗାଣ ହେଉଥିବା ଆମ୍ବର ପ୍ରାୟ ଅଧା ଭାରତରେ ଅମଳ ହୁଏ । ଦ୍ବିତୀୟ ବୃହତ୍ତମ ଉତ୍ସ ହେଉଛି ଚୀନ ।
ଆମ୍ବ ବିଷୟରେ କିଛି ମଜାଦାର ତଥ୍ୟ:
- ବାର୍ଷିକ 20 ନିୟୁତ ଟନ୍ ଆମ୍ବ ଚାଷ କରାଯାଏ ।
- ଆମ୍ବ କାଜୁ ଏବଂ ପିସ୍ତା ସହିତ ଜଡିତ ।
- ଆପଣଙ୍କର ଦୈନିକ ଭିଟାମିନ-ସି ର ଶତ ପ୍ରତିଶତ ଆମ୍ବରୁ ମିଳିଥାଏ ।
- ଭାରତରେ ଗୋଟିଏ ଟୋକେଇ ଆମ୍ବ ହେଉଛି ବନ୍ଧୁତ୍ବର ପ୍ରତୀକ ।
- ଆମ୍ବ ଗଛଗୁଡିକ 30 ମିଟର ଉଚ୍ଚ ହୋଇପାରେ।
- ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆମ୍ବ ମେକ୍ସିକୋ, ପେରୁ, ଇକ୍ୟୁଏଡର୍, ବ୍ରାଜିଲ, ଗୁଆଟେମାଲା ଏବଂ ହାଇତିରୁ ଆସିଥାଏ।
କାନାଡା, ଜାମାଇକା, ଫିଲିପାଇନ୍ସ ଏବଂ ଆମେରିକା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆମ୍ବ ଉତ୍ସବ ପାଳନ କରାଯାଏ ।