ETV Bharat / bharat

ଚୀନ ଦୂତାବାସ ବାହାରେ ‘ହିନ୍ଦୀ-ଚୀନି ବାଏ ବାଏ’ ପୋଷ୍ଟର ମାରିଲେ ହିନ୍ଦୁ ସେନା କର୍ମୀ - ଚୀନ ଦୂତାବାସ ବାହାରେ ହିନ୍ଦୀ-ଚୀନି ବାଏ ବାଏ ପୋଷ୍ଟର

ଗଲୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଏପରିସ୍ଥଳେ ହିନ୍ଦୁ ସେନା ନାମକ ଏକ ସଂଗଠନ ଦିଲ୍ଲୀସ୍ଥିତ ଚୀନ୍ ଦୂତାବାସର ସାଇନ୍ ବୋର୍ଡରେ ଚୀନ୍ ବିରୋଧୀ ପୋଷ୍ଟର ଲଗାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହିନ୍ଦୀ-ଚୀନି ବାଏ ବାଏ
ହିନ୍ଦୀ-ଚୀନି ବାଏ ବାଏ
author img

By

Published : Jun 23, 2020, 7:53 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । 20 ଯବାନ ଶହୀଦ ପରେ ଦେଶରେ ଚୀନ ବିରୋଧୀ ମନୋଭାବ ତୀବ୍ର ହୋଇଛି । ଚୀନ ସାମଗ୍ରୀ ବ୍ୟାନ ଓ ଚୀନ ସହ ସମ୍ପର୍କ ଚ୍ଛିନ୍ନ ପାଇଁ ନାରା ଜୋର ଧରିଛି । ଏପରିସ୍ଥଳେ ହିନ୍ଦୁ ସେନା ନାମକ ଏକ ସଂଗଠନ ଦିଲ୍ଲୀସ୍ଥିତ ଚୀନ୍ ଦୂତାବାସର ସାଇନ୍ ବୋର୍ଡରେ ଚୀନ୍ ବିରୋଧୀ ପୋଷ୍ଟର ଲଗାଇଛି ।

ହିନ୍ଦୁସେନା କର୍ମୀ ରାଜଧାନୀର ପଞ୍ଚଶିଲ ପାର୍କ ଅଞ୍ଚଳରେ ଥିବା ଚୀନ ଦୂତାବାସର ସାଇନ୍ ବୋର୍ଡରେ ଚୀନ ବିରୋଧୀ ପୋଷ୍ଟର ଲଗାଇଛନ୍ତି । ହିନ୍ଦୁ ସେନା କର୍ମଚାରୀ ‘ଚୀନ୍ ଦେଶଦ୍ରୋହୀ' ଏବଂ ‘ହିନ୍ଦୀ-ଚୀନି ବାଏ-ବାଏ’ ଥିବା ପୋଷ୍ଟର ମାରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଜୁନ 15ରେ ଲଦାଖର ଗଲୱାନ ଉପତ୍ୟକାରେ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯେଉଁଥିରେ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ଏବଂ କେତେକ ଆହତ ହୋଇଥିଲେ । ସେବେଠାରୁ ଦେଶବାସୀଙ୍କ ମଧ୍ୟରେ କ୍ରୋଧ ଏବଂ ଚୀନ୍ ବିରୋଧୀ ଭାବନା ଚରମରେ ରହିଛି ।

ଦେଶର ବିଭିନ୍ନ ସ୍ଥାନରେ ଚାଇନାର ଉତ୍ପାଦକୁ ବଏକଟ୍‌ କରିବାକୁ ମଧ୍ୟ ଆହ୍ବାନ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.