ETV Bharat / bharat

ଏକତାର ମିସାଲ ଦେଲେ ସରକାରୀ ଅଧିକାରୀ, ଡ୍ରାଇଭର ପାଇଁ ରଖିଲେ ରୋଜା

ମହାରାଷ୍ଟ୍ରର ବୁଳଢାଣରେ ବନ ବିଭାଗର ଅଧିକାରୀ ସଞ୍ଜୟ ଏନ ମାଲି ନିଜର ଡ୍ରାଇଭର ଜଫରଙ୍କ ବଦଳରେ ନିଜେ ରୋଜା ରଖି ଦେଇଛନ୍ତି ଏକତାର ପ୍ରମାଣ।

author img

By

Published : May 31, 2019, 7:55 PM IST

ଫଟୋ ସୌଜନ୍ୟ: ANI

ମୁମ୍ବାଇ: ଗୋଟିଏ ପଟେ ଧର୍ମ ସମ୍ପ୍ରଦାୟ ନାଁରେ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ଏମିତି ମଧ୍ୟ କିଛି ଲୋକେ ଅଛନ୍ତି ଯିଏ ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସେହିଭଳି ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ହିନ୍ଦୁ ମୁସଲମାନ ଏକତାର ମିସାଲ ।

ମହାରାଷ୍ଟ୍ରର ବୁଲାଢାଣ ନାମକ ସ୍ଥାନରେ ବନ ବିଭାଗର ଜଣେ ଅଧିକାରୀ ସଞ୍ଜୟ ଏନ ମାଲି ନିଜର ଡ୍ରାଇଭର ଜଫରଙ୍କ ବଦଳରେ ନିଜେ ରୋଜା ରଖି ଦେଇଛନ୍ତି ଏକତାର ପ୍ରମାଣ। ସଞ୍ଜୟ ତାଙ୍କ ଡ୍ରାଇଭରଙ୍କୁ ପ୍ରଥମେ ରୋଜା ରଖିବା ନେଇ ପ୍ରଶ୍ନ କରିଥିଲେ। ମାତ୍ର ତାଙ୍କର ଦେହ ଖରାପ ଥିବାରୁ ସେ ରୋଜା ରଖିବାକୁ ମନା କରିଥିଲେ ।

ଏହାପରେ ସେ ତାଙ୍କ ବଦଳରେ ରୋଜା ରଖିବେ ବୋଲି ଡ୍ରାଇଭରଙ୍କୁ କହିଥିଲେ । ସଞ୍ଜୟ ତାର ପରଦିନ ସକାଳ 4ରୁ ଉଠି ଖାଇ ଦେଇଥିଲେ। ପୁରାଦିନ ରଖିଥିଲେ ରୋଜା ।

ତାଙ୍କ କହିବା ଅନୁସାରେ, ସମସ୍ତଙ୍କୁ ପ୍ରଥମେ ମଣିଷତ୍ୱକୁ ବୁଝିବା ଦରକାର ପରେ ଧର୍ମ । ମୋ ନଜରରେ କୌଣସି ଧର୍ମ ଛୋଟ କିମ୍ବା ବଡ ନୁହେଁ । ପ୍ରତିଟି ଧର୍ମ ଆମକୁ କିଛି ନା କିଛି ଶିଖାଇ ଥାଏ । ରୋଜା ରଖିବା ପରେ ମୋତେ ଖୁବ୍ ଭଲ ଅନୁଭବ ହେଉଛି । ସେ ଏହା ମଧ୍ୟ କହିଥିଲେ ଯେ, ଆବଶ୍ୟକ ହେଲେ ସେ ଆଗକୁ ମଧ୍ୟ ରୋଜା ରଖିବେ ।

see the attachment
visuals and bytes by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.