ETV Bharat / bharat

ଶେଷ ପର୍ଯ୍ୟାୟ ମତଦାନ ସମୟରେ ଚାଲିଥିଲା ଗଡସେଙ୍କ ଜୟନ୍ତୀ - last-phase

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜୟନ୍ତୀ ଉତ୍ସବ ପାଳନ ।   ଗଡସେଙ୍କ ଜନ୍ମ ଦିବସକୁ ଖୁବ ଧୁମ୍‌ଧାମ୍‌ର ସହ ପାଳନ କରିଛନ୍ତି ହିନ୍ଦୁ ମହାସଭା ।

ଫାଇଲ ଫଟୋ
author img

By

Published : May 19, 2019, 10:03 PM IST

Updated : May 19, 2019, 11:46 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଚାଲିଥିଲା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଉ ଅନ୍ୟପଟେ ଚାଲିଥିଲା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜୟନ୍ତୀ ଉତ୍ସବ । ଗୋଡସେଙ୍କ ଜନ୍ମ ଦିବସକୁ ଖୁବ ଧୁମ୍‌ଧାମ୍‌ର ସହ ପାଳନ କରିଛନ୍ତି ହିନ୍ଦୁ ମହାସଭା । ମଧ୍ୟ ପ୍ରଦେଶ ଗ୍ବାଲିୟରର ଦୌଲତଗଞ୍ଜ ସ୍ଥିତ ହିନ୍ଦୁ ମହାସଭା କାର୍ଯ୍ୟାଳୟରେ ଗଡସେଙ୍କ ଫଟୋରେ ମାଳା ଚଢାଇବା ସହ ଆରତୀ କରାଯାଇଥିଲା ଏବଂ ଉପସ୍ଥିତ ଲୋକଙ୍କ ମଧ୍ୟରେ ମିଠା ବଣ୍ଟା ଯାଇ ଏହି ଦିବସକୁ ପାଳନ କରାଯାଇଥିଲା ।

ତେବେ କିଛି ଦିନ ପୂର୍ବରୁ ଏଠାରେ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । କିନ୍ତୁ ପରେ ପ୍ରଶାସନ ପକ୍ଷରୁ ଏହାକୁ ହଟାଇ ଦିଆଯାଇଥିଲା । ତେବେ ଚଳିତ ବର୍ଷର ଶେଷ ସୁଦ୍ଧା ଗୋଡସେଙ୍କ ପ୍ରତିମୂର୍ତ୍ତି ନ ଫେରାଇଲେ ଏହାକୁ ପୂର୍ନସ୍ଥାପନା କରିବୁ ବୋଲି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ପଦାଧିକାରୀ ଜୟବୀର ଭରଦ୍ବାଜ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ନାଥୁରାମ ଗଡସେଙ୍କ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି କିଛି ଦିନ ପୂର୍ବରୁ ଅଭିନେତା କମଲ ହାସନ କହିଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଆଉ ଏହି ବିବାଦ ମଧ୍ୟରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଗୋଡସେଙ୍କୁ ଦେଶଭକ୍ତ କହି ଏହି ବିବାଦକୁ ଆହୁରି ବଢାଇଥିଲେ ।

ସ୍ଲଗ- ଯୁବତୀଙ୍କ ମୃତ୍ୟୁକୁ ନେଇ ନର୍ସିଂ ହୋମରେ ତୁମୁଳ କାଣ୍ଡ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 19/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସୋର ଥାନା ବାଗୁଡି ଅଞ୍ଚଳର ଗଜେନ୍ଦ୍ର ଜେନାଙ୍କ ଝିଅ ସସ୍ମିତା ମୁଣ୍ଡ ବୁଲାଇବାରୁ ସେ  ତଳେ ପଡିଯାଇଥିଲେ। ସସ୍ମିତାଙ୍କୁ  ପରିବାର ଲୋକ ସୋରର ଏକ ଘରୋଇ ନର୍ସିଂହୋମକୁ ନେଇଯାଇ ଥିଲେ। ସେଠାରେ ଥିବା ଜଣେ ଅବସରପ୍ରାପ୍ତ ଡାକ୍ତର ସସ୍ମିତାଙ୍କୁ ଏକ ଇଞ୍ଜେକ୍ସନ ଦେବାପରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା। ମାରିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ନର୍ସିଂହୋମ ପରିସରରେ ଉତ୍ତେଜନା ଲାଗି ରହିଥିଲା। ସୋର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।
Last Updated : May 19, 2019, 11:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.