ETV Bharat / bharat

ଭାନିସରୁ ବାରଣାସୀ, ଜାଣନ୍ତୁ କିଏ ଏହି ହିନ୍ଦୀପ୍ରେମୀ

ହିନ୍ଦୀ ଭାଷା ପ୍ରତି ପ୍ରେମ ତାଙ୍କୁ ସୁଦୂର ଇଟାଲୀରୁ ଭାରତକୁ ଟାଣି ଆଣିଥିଲା । ଆଉ ସେ ଫେରିନଥିଲେ ଇଟାଲୀ । ବାରାଣାସୀରେ ସେ ଏବେ ଚଳାଉଛନ୍ତି ଏକ ହିନ୍ଦୀ ବିଦ୍ୟାଳୟ । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ..

author img

By

Published : May 20, 2019, 9:23 PM IST

ଡିଜାଇନ ଫଟୋ

ବାରଣାସୀ : ଜନ୍ମ ଇଟାଲୀର ଭାନିସ ସହରରେ । ହେଲେ ହିନ୍ଦୀ ଭାଷା ପ୍ରତି ପ୍ରେମ ତାଙ୍କୁ ଟାଣି ଆଣିଥିଲା ଭାରତକୁ । ସେ ହେଉଛନ୍ତି ଇଟାଲୀର ମାକ୍ରୋ ଜୋଲି । ପିଲାଟି ଦିନୁ ବିଶ୍ବ ଭ୍ରମଣର ଇଚ୍ଛା ଥିଲା ତାଙ୍କର । ତେଣୁ ସେ ସବୁ ଦେଶ ବିଷୟରେ ଜାଣିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ ।

ତେବେ ଅନ୍ୟ ବିଦେଶୀଙ୍କ ଭଳି ତାଙ୍କୁ ମଧ୍ୟ ଭାରତର ସୌନ୍ଦର୍ଯ୍ୟ ଭାଷା ଓ ସଂସ୍କୃତି ଆକର୍ଷିତ କରିଥିଲା । ମାତ୍ର 20 ବର୍ଷ ବୟସରେ ସେ ଭାରତକୁ ଆସିଥିଲେ । ଉତ୍ତରାଖଣ୍ଡର ମସୌରୀରେ ଥିବା ଭାଷା ଶିକ୍ଷା କେନ୍ଦ୍ରରେ ହିନ୍ଦୀ ଶିଖିବା ପାଇଁ 3ମାସର କୋର୍ସ କରିଥିଲେ । ଏହାପରେ ଭେନିସ ଫେରିଯିବାକୁ ଚିନ୍ତା କରିଥିଲେ । ହେଲେ ହଠାତ ତାଙ୍କୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇଟାଲିଆନ ଶିକ୍ଷା ଦେବା ପାଇଁ ଅଫର ଆସିଥିଲା ।

ସେଠାରେ ସହକର୍ମୀଙ୍କ ଠାରୁ ହିନ୍ଦୀ ଶିଖି ତାଙ୍କୁ ଇଂରାଜୀ ଶିଖାଉଥିଲେ ଜୋଲି । ଆଉ କିଛି ଦିନ ପରେ ସେ ଚାଲି ଆସିଥିଲେ ବାରଣାସୀ । ଆଉ ବାରଣାସୀ ଛାଡି ଯିବାକୁ ଇଚ୍ଛା ହୋଇନଥିଲା । ସେଠାରେ ରହି ଏବେ ଚଳାଉଛନ୍ତି ଏକ ଘରୋଇ ହିନ୍ଦୀ ବିଦ୍ୟାଳୟ। କେବଳ ଜୋଲି ନୁହଁନ୍ତି ତାଙ୍କ ପୁରା ପରିବାର ହିନ୍ଦୀ ପ୍ରେମରେ ପଡିଯାଇଛନ୍ତି ବୋଲି କୁହନ୍ତି ଜୋଲି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.