ଲକ୍ଷ୍ନୌ: କ୍ୟାମେରା ଲେନ୍ସରେ କଏଦ ହୋଇଛି ହିମାଳୟର ସୁନ୍ଦର ଚିତ୍ର । ଦେଖିଲେ ଆପଣଙ୍କ ମନ ଲାଖିଯିବ । ତେବେ ଲକ ଡାଉନ ଯୋଗୁଁ ନିମ୍ନ ପ୍ରଦୂଷଣ ସ୍ତର ରହିଛି । ଏପ୍ରିଲ 26 ତାରିଖରେ ଏହି ଫଟୋ ଉଠାଇଛନ୍ତି ଉତ୍ତରପ୍ରଦେଶ ସାହାରଣପୁରର ଜଣେ ସରକାରୀ କର୍ମଚାରୀ ତଥା ଫଟୋଗ୍ରାଫର ଦୁଶ୍ୟନ୍ତ କୁମାର ।
ସେ କହିଛନ୍ତି ଯେ, ତାଙ୍କ ଘରର ଟେରେସରୁ ଦେଖାଯାଇଥିବା ହିମାଳୟର ଏହି ଫଟୋ ଗୁଡ଼ିକୁ ସେ ନିଜେ କ୍ଲିକ୍ କରିଛନ୍ତି। "ପ୍ରବଳ ବର୍ଷା ପରେ ପାର୍ବତ୍ୟ ସୀମା ଏଠାରୁ 30 ଡିଗ୍ରୀ ଉତ୍ତର-ପୂର୍ବ ଦିଗରେ ଦୃଶ୍ୟମାନ ହେଉଥିଲା। ମାତ୍ର ଅଧ ଘଣ୍ଟା ପର୍ଯ୍ୟନ୍ତ ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଗଙ୍ଗୋତ୍ରୀ 1 ଓ 2 କିମ୍ବା ବନ୍ଦରପୁଞ୍ଜ ପର୍ବତର କିଛି ଅଂଶ ବୋଲି ମୁଁ ଭାବୁଛି ।
ଏହା ପ୍ରଥମ ଥର ପାଇଁ ଏପରି ସ୍ପଷ୍ଟ ଦୃଶ୍ୟମାନତା ଥିଲା । 26 ଏପ୍ରିଲରେ ପ୍ରଦୂଷଣ ଏବଂ ଧୂଳି ସ୍ତର ବହୁତ କମ୍ ଥିଲା । ସେଦିନ ହିମାଳୟର ଗାଙ୍ଗୋତ୍ରୀ ଏବଂ ତ୍ରିଶୂଲ ପରିସର ଦୃଶ୍ୟମାନ ହେଉଥିଲା । ଏହି ପରିସରର ଆକାଶ ଦୂରତା ଏଠାରୁ ପ୍ରାୟ 200 କିଲୋମିଟର ରହିଥିବା କହିଛନ୍ତି ସାହରଣପୁରର ଜଙ୍ଗଲ ସଂରକ୍ଷଣ ଅଧିକାରୀ ।
@ANI