ETV Bharat / bharat

VVIP ସୌକ, 60 ହଜାର ସ୍କୁଟିରେ 18 ଲକ୍ଷର ନମ୍ବର ପ୍ଲେଟ - scooty-of-60-thousands

ଏକ ଘରୋଇ କମ୍ପାନୀ 60 ରୁ 80 ହଜାର ସ୍କୁଟି ପାଇଁ ଏକ VVIP ନମ୍ବର ପାଇଁ 18 ଲକ୍ଷ ଖର୍ଚ୍ଚ କରିଛନ୍ତି। ଏହି ନମ୍ବର କଙ୍ଗ୍ରାର ଶାହାପୁର ଏସଡିଏମଏସ କାର୍ଯ୍ୟାଳୟ ମାଧ୍ୟମରେ ପ୍ରକାଶ ପାଇବ।

vvip ନମ୍ବର ପ୍ଲେଟ ନିଶା,  60 ହଜାର ସ୍କୁଟି ପାଇଁ 18 ଲକ୍ଷ ଖର୍ଚ୍ଚ

author img

By

Published : Jun 29, 2020, 2:58 PM IST

ହିମାଚଳପ୍ରଦେଶ: ବିଶ୍ବ ବ୍ୟାପି କୋରୋନା କହର। ଏହି ସମୟରେ ଚାରିଆଡେ ଦୁଃଖ ଓ କଷ୍ଟର କଳାବାଦଲ ଢାଙ୍କି ହୋଇ ରହିଛି। କିଏ ଭାଇରସ କୋପରେ ପ୍ରାଣ ହରାଉଛି ତ ଆଉ କିଏ ଚାକିରୀ ହରାଉଛି। ଅନେକ କମ୍ପାନୀ କ୍ଷତି ସହିବା ସହ ବନ୍ଦ କରିସାରିଲେଣି।

ହେଲେ ଏମିତି ଏକ ସଂଙ୍ଘର୍ଷପୂର୍ଣ୍ଣ ପରିସ୍ଥିତିରେ କିଛି ଲୋକ ନିଜର ଦାମିକିଆ ସୌକ ପୂରଣ କରିଛନ୍ତି। ତାଙ୍କୁ କୋରୋନା କାଳରେ କୌଣସି ପ୍ରଭାବ ପଡିନାହିଁ। ଯେଉଁଥି ପାଇଁ ଘୋଡା 6 ଟଙ୍କାରେ କିଣିଥିବା ବେଳେ ତା ପ୍ରତି ଖର୍ଚ୍ଚ 9 ଟଙ୍କା ବଢାଇ ଦେଇଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ କାଙ୍ଗ୍ରା ଜିଲ୍ଲାରୁ । ଏକ ଘରୋଇ କମ୍ପାନୀ 60 ରୁ 80 ହଜାର ସ୍କୁଟି ପାଇଁ ଏକ VVIP ନମ୍ବର ପାଇଁ 18 ଲକ୍ଷ ଖର୍ଚ୍ଚ କରିଛନ୍ତି। ଏହି ନମ୍ବର କଙ୍ଗ୍ରାର ଶାହାପୁର ଏସଡିଏମଏସ କାର୍ଯ୍ୟାଳୟ ମାଧ୍ୟମରେ ପ୍ରକାଶ ପାଇବ।

ଉନା ଜିଲ୍ଲାର ଏକ ଘରୋଇ କମ୍ପାନୀ ରାହୁଲ ପାମ ପ୍ରାଇଭେଟ ଲିମିଟେଡ ଏକ ନୂତନ ସ୍କୁଟି ଶାହପୁରରେ କମ୍ପାନୀର ନାମ ପଞ୍ଜିକରଣ କରିଛି। ଏହା ପରେ କମ୍ପାନୀ HP 90-0009 ନମ୍ବର ପାଇବାକୁ ଚାହୁଁଛି ।

ଭିଆଇପି ନମ୍ବର ପାଇବା ପାଇଁ କମ୍ପାନୀ ସରକାର ଘୋଷଣା କରିଥିବା ଅନ୍ଲାଇନ୍ ବିଡ୍ ରେ ଅଂଶଗ୍ରହଣ କରିଥିଲେ । ନିଲାମ ପ୍ରକ୍ରିୟା ଗତ ଶନିବାର ଠାରୁ ଆରମ୍ଭ ହୋଇ 26 ଜୁନ୍ ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଥିଲା । ସଂଖ୍ୟା ଏପର୍ଯ୍ୟନ୍ତ ଆବଣ୍ଟିତ ହୋଇନାହିଁ ।

ଯଦି କମ୍ପାନୀ ଏହି ପରିମାଣର ଅର୍ଥକୁ ଶାହାପୁରର ଏସଡିଏମ କାର୍ଯ୍ୟାଳୟରେ ଆସନ୍ତା 3 ଦିନ ମଧ୍ୟରେ ଦାଖଲ କରିବେ ତେବେ ସ୍କୁଟି ପାଇଁ ଭିଭିଆଇପି ନମ୍ବର ଜାରି କରାଯିବ। ଏହି ନିଲାମୀରେ କିଛି ଲୋକ 10 ରୁ 15 ଲକ୍ଷ ଟଙ୍କା ନିଲାମୀ ଡାକିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.