ETV Bharat / bharat

କମିଛି ତୁଷାରପାତ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

author img

By

Published : Oct 12, 2019, 9:56 AM IST

ହିମାଚଳର ପ୍ରଦେଶରେ ହେଉଥିବା ତୁଷାରପାତ ଗୁରୁବାର ଠାରୁ ସାମାନ୍ୟ କମ ଥିବା ଦେଖିବାକୁ ମିଳିଛି । ଏହାଫଳରେ ସେଠାରେ ଜନଜୀବନ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି । ଏହା ସହିତ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ବିଗତ କିଛି ଦିନ ଧରି ଲାଗି ରହିଥିବା ତୁଷାରପାତ କାରଣରୁ ରୋହତାଙ୍ଗ ଏବଂ କୁଲ୍ଲୁ ମଧ୍ୟରେ ଯାତାୟତ ବନ୍ଦ ରହିଥିଲା । ମାତ୍ର ଗୁରୁବାର ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବାରୁ ଯାତାୟତ ସ୍ବାଭାବିକ ହୋଇଛି । ତୁଷାରପାତ ବନ୍ଦ ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟତ ଆରମ୍ଭ ହୋଇଛି । ସେପଟେ ରାଜ୍ୟ ପରିବହନ ନିଗମର ବସ ଗୁଡ଼ିକ ମଧ୍ୟ ଯାତାୟତ ଆରମ୍ଭ କରିଛି ।

ସେପଟେ ତୁଷାରପାତ କମିଥିବାରୁ ସାଧାରଣ ଜନଜୀବନ ସ୍ବାଭାବିକ ହୋଇଛି । ସ୍ଥାନୀୟ ଲାହୋଲ ଅଞ୍ଚଳରେ ଜନଜୀବନ ମଧ୍ୟ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି । ତୁଷାରପାତ କାରଣରୁ କୁଲ୍ଲୁ, ମନାଲୀ, ଲାହୋଲ ଏବଂ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

ଶୁକ୍ରବାର ତୁଷାରପାତ କାରଣରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଶତାଧିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ରୋହତାଙ୍ଗ ସହିତ ମନାଲୀ ଏବଂ ମାଲ ରୋଡ଼ରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଏନେଇ ହୋଟେଲ ଆସୋସିଏସନର ଅଧ୍ୟକ୍ଷ ଅନୁପ ରାମ ଠାକୁର କହିଛନ୍ତି କି ଏହି ତୁଷାରପାତ କାରଣରୁ ଏଠାରେ ଦିନକୁ ଦିନ ପର୍ଯ୍ୟଟକଙ୍କ ବଢିବାରେ ଲାଗିଛି । ଏହା ସହିତ ବ୍ୟବସାୟ ମଧ୍ୟ ବଢିଥିବା ସେ ସୂଚନା ଦେଇଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.