ETV Bharat / bharat

ଗତ 5 ଦିନରେ 40 ହଜାର ସାଇବର ଆକ୍ରମଣ କରିଥିଲେ ଚୀନ ହ୍ୟାକର - cyber hackers

ମହାରାଷ୍ଟ୍ର ପୋଲିସ ସାଇବର ଶାଖା କହିଛି ଯେ ଗତ 5 ଦିନ ମଧ୍ୟରେ ଚାଇନାର ହ୍ୟାକରମାନେ ଦେଶର ଆଇଟି ଭିତ୍ତିଭୂମି ତଥା ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ 40,000 ରୁ ଅଧିକ ସାଇବର ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି । ଅଧିକ ପଢନ୍ତୁ...

ଗତ 5 ଦିନରେ 40 ହଜାର ସାଇବର ଆକ୍ରମଣ କରିଥିଲେ ଚୀନ ହ୍ୟାକର

author img

By

Published : Jun 25, 2020, 10:28 PM IST

ମୁମ୍ବାଇ: ସୀମାରେ ଜାରି ସଂଘର୍ଷ ମଧ୍ୟରେ ସାଇବର ଅପରାଧକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚୀନର ହ୍ୟାକରମାନେ ଗତ 5 ଦିନ ମଧ୍ୟରେ ଭାରତର ଆଇଟି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଉପରେ 40 ହଜାର ସାଇବର ଆକ୍ରମଣ କରିଥିବା ନେଇ ମହାରାଷ୍ଟ୍ରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଗତ 5 ଦିନରେ 40 ହଜାର ସାଇବର ଆକ୍ରମଣ କରିଥିଲେ ଚୀନ ହ୍ୟାକର

ଏହି ଘଟଣା ନେଇ ମହାରାଷ୍ଟ୍ର ସାଇବର ଏବଂ ରାଜ୍ୟ ପୋଲିସ ସାଇବର ଓ୍ବିଙ୍ଗ୍‌ ତଥ୍ୟ ଯୋଗାଡ କରିଥିଲା । ଏହି ତଥ୍ୟରୁ ଅଧିକାଂଶ ସାଇବର ଆକ୍ରମଣ ଉଦ୍ୟମ ମଧ୍ୟରୁ ଅଧିକାଂଶ ଚୀନର ଚେଙ୍ଗୁଡୁ ଅଞ୍ଚଳରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ପାଖାପାଖି 40 ହଜାର 3 ଶହ ସାଇବର ଆକ୍ରମଣ ଗତ 5 ଦିନ ମଧ୍ୟରେ ହୋଇଥିଲା ।

ଇଣ୍ଟରନେଟ ପ୍ରୋଟୋକଲକୁ ହାଇଜ୍ୟାକ କରିବା ଏବଂ ଫିସିଙ୍ଗ ଭଳି ସମସ୍ୟା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇ ଏହି ସାଇବର ଆକ୍ରମଣ କରାଯାଇଥିଲା । ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀମାନେ ଏଭଳି ଆକ୍ରମଣର ବିପଦ ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ପୋଲିସ ଆଇଜି ଯଶସ୍ବୀ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.