ETV Bharat / bharat

ଦିଲ୍ଲୀ ହିଂସା: SIT ତଦନ୍ତ ପାଇଁ ଦାବି ଯାଚିକାକୁ ଖାରଜ କଲେ ହାଇକୋର୍ଟ - SIT ଦ୍ବାରା ମାମଲା ଯାଞ୍ଚ ପାଇଁ ଦାବି କରାଯାଇଥିବା ଯାଚିକାକୁ ଖାରଜ କଲେ ହାଇକୋର୍ଟ

ଦିଲ୍ଲୀ ହିଂସାର ଏସଆଇଟି ତଦନ୍ତ ପାଇଁ ଦାବି ଯାଚିକାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।

SIT ଦ୍ବାରା ମାମଲା ଯାଞ୍ଚ ପାଇଁ ଦାବି କରାଯାଇଥିବା ଯାଚିକାକୁ ଖାରଜ କଲେ ହାଇକୋର୍ଟ

author img

By

Published : Jun 24, 2020, 5:22 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ଏସଆଇଟି ତଦନ୍ତ ପାଇଁ ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ବିଚାରପତି ସିଦ୍ଧାର୍ଥ ମୃଦୁଲ ଓ ବିଚାରପତି ତଲବନ୍ତ ସିଂଙ୍କ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିଛନ୍ତି । ସେ କହିଛନ୍ତି, ଏହି ସମାନ ଅପିଲ ମୁଖ୍ୟ ବିଚାରପତିଙ୍କ ପାଖରେ ମଧ୍ୟ କରାଯାଇଛି । ଆବେଦନକାରୀ ଚାହିଁଲେ ସେଠାରେ ଦାବି କରିପାରିବେ ।

ଏହି ଯାଚିକାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଥିବା ଓକିଲ କହିଥିଲେ ଯେ, ସମାନ ଦାବି ନେଇ ଆହୁରି 7ଟି ଯାଚିକା ରହିଛି । ଯାହାର ଶୁଣାଣି ମୁଖ୍ୟ ବିଚାରପତି 13 ଜୁଲାଇରେ କରିବେ । ଏହି ଯାଚିକା ଜମୀୟତ ଉଲେମା-ଏ-ହିନ୍ଦ୍ ଦାଖଲ କରିଥିଲେ । ଏହି ଶୁଣାଣି ସମୟରେ ଜମୀୟତ ପକ୍ଷରୁ ଓକିଲ ମହମ୍ମଦ ତୈୟବ ଖାନ ଓ ମହମ୍ମଦ ନୁରୁଲ୍ଲା କୋର୍ଟଙ୍କୁ କହିଛନ୍ତି ଯେ ଦେଶ କୋରୋନା ଭାଇରସ ସହ ଲଢୁଥିବାବେଳେ ଦିଲ୍ଲୀ ପୋଲିସ ଲୋକଙ୍କୁ ଘରୁ ଟେକି ନେଇ ଦଙ୍ଗା ଘଟଣାର ତଦନ୍ତ ନାଁ ରେ ଜେଲକୁ ପଠାଉଛି।

ଜମୀୟତ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ପୋଲିସର ଏକପାଖିଆ ତଥା ମନମୁଖୀ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ବିରୁଦ୍ଧ ଅଟେ। ଯାଚିକାରେ ଦାବି କରାଯାଇଥିଲା ଯେ, ଦଙ୍ଗାରେ ପୀଡିତ ଓ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଗିରଫ କରିବା ବନ୍ଦ କରାଯାଉ । ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁ ନଥିବା ଓ କୋର୍ଟର ଅବମାନନା କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଗିରଫ ହୋଇଛନ୍ତି କିମ୍ବା ଆଗକୁ ଯେଉଁମାନଙ୍କୁ ଗିରଫ କରାଯିବ, ସେମାନଙ୍କ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟବହାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.