ETV Bharat / bharat

ଭାରତରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 17,296 ମାମଲା ଓ 407 ମୃତ - କୋରୋନା ନ୍ୟୁଜ୍

ଗତ 24 ଘଣ୍ଟାରେ ଦେଶରେ 17, 296 ନୂଆ ମାମଲା ସହ 407 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭାରତରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 17, 296 ମାମଲା ଓ 407 ମୃତ

author img

By

Published : Jun 26, 2020, 9:44 AM IST

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କୋରୋନା। ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ତେବେ ଗତ 24 ଘଣ୍ଟାରେ ଦେଶରେ 17,296 ନୂଆ ମାମଲା ସହ 407 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାକୁ ମିଶାଇ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4, 90,401ଲକ୍ଷରେ ପହଁଞ୍ଚିଛି ଓ ମୃତକଙ୍କ ସଂଖ୍ୟା 15301 ଛୁଇଁଛି । ସେହିପରି ସକ୍ରିୟ ମାମଲା 1,89,463 ରହିଛି। ସେହିପରି 2,85,637 ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନା ଥାଉକି ଦିଲ୍ଲୀରେ 24 ଘଣ୍ଟାରେ 3390 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ 64 ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ସରକାର କହିଛନ୍ତି, ଜୁନ ୨୫ ତାରିଖ ଯାଏଁ କୋରୋନା ଭାଇରସରେ ୨୪୨୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିଭଳି ୭୩ ହଜାର ୭୮୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୪୪ ହଜାର ୭୬୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୩୨୮ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ଦିଲ୍ଲୀରେ ବର୍ତ୍ତମାନ 26 ହଜାର 586 କୋରୋନା ସଂକ୍ରମିତ ରହିଥିବା ବେଳେ ଏଥିରୁ 15 ହଜାର 159 ଜଣଙ୍କ ଚିକିତ୍ସା ସେମାନଙ୍କ ଘରେ କରାଯାଉଛି। ଗତ 24 ଘଣ୍ଟାରେ ଦିଲ୍ଲୀରେ 17 ହଜାର 305 ରକ୍ତନମୁନା ପରୀକ୍ଷା କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.