ଶ୍ରୀନଗର: ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବାପରେ ଆସନ୍ତା ମାର୍ଚ୍ଚ 26 ପର୍ଯ୍ୟନ୍ତ ହାଇ ସ୍ପିଡ୍ ଇଣ୍ଟରନେଟ୍ ବନ୍ଦ ରହିବ ବୋଲି ମଙ୍ଗଳବାର ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ମାର୍ଚ୍ଚ 4ରେ ସରକାରୀ ଆଦେଶରେ ଥିବା ନିର୍ଦ୍ଦେଶ/ପ୍ରତିବନ୍ଧକ ଗୁଡିକ ମାର୍ଚ୍ଚ 26 ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ମୁଖ୍ୟ ଶାସନ ସଚିବ ଶାଲିନ କାବ୍ରା ମଙ୍ଗଳବାର ଦିନ ଜାରି ବିଜ୍ଞପ୍ତିରେ କହିଛନ୍ତି ଯେ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସୁରକ୍ଷା ଏବଂ ଜନଶୃଙ୍ଖଳା ବଜାୟ ରଖିବା ପାଇଁ ଗତ ସାତ ମାସ ପରେ, ମାର୍ଚ୍ଚ 4 ରେ J&K ରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ହଟାଗଲା ଏବଂ ଏହା UT ରେ ପର୍ଯ୍ୟାୟକ୍ରମେ ପୁନଃଅବସ୍ଥାପିତ କରାଯାଇଥିଲା ।