ETV Bharat / bharat

ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲା: ଆଜି ଲାଲୁଙ୍କ ଜାମିନ ଆବେଦନର ଶୁଣାଣି

author img

By

Published : Dec 11, 2020, 7:32 AM IST

ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଆଜି ଲାଲୁଙ୍କ ଜାମିନ ଆବେଦନର ଶୁଣାଣି ହେବ । ଅଧିକ ପଢନ୍ତୁ...

ଚାରା ଘୋଟାଲା ମାମଲା
ଚାରା ଘୋଟାଲା ମାମଲା

ରାଞ୍ଚି: ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ହେବ । ଝାଡଖଣ୍ଡ ହାଇକୋର୍ଟରେ ଯାଚିକାର ଶୁଣାଣି କରାଯିବ ।

ପୂର୍ବରୁ ମଧ୍ୟ ଲାଲୁଙ୍କ ଜାମିନ ଯାଚିକାର ଶୁଣାଣି ହୋଇଥିଲା । ଲାଲୁଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ ଓ ସିବିଆଇ ପକ୍ଷରୁ ଆଇନଜୀବୀ ରାଜୀବ ସିହ୍ନା ନିଜ ନିଜର ପକ୍ଷ ରଖିଥିଲେ । ଏହି ଶୁଣାଣି ସମୟରେ ଲାଲୁଙ୍କ ଆଇନଜୀବୀ ସମୟ ମାଗିବାରୁ ଏହାର ଶୁଣାଣି ଡିସେମ୍ବର 11 ଯାଏ ଘୁଞ୍ଚାଇ ଦିଆଯାଇଥିଲା ।

ତେବେ ଲାଲୁଙ୍କ ପକ୍ଷରୁ ଦୁମକା କୋଷାଗାର ମାମଲାରେ ଜାମିନ ପାଇଁ ଆବେଦନ କରାଯାଇଥିଲା । ଯାହାର ଶୁଣାଣି ସମୟରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଲାଲୁଙ୍କ ଅଧା ହେପାଜତ ମିଆଦ ସରିନାହିଁ । ଯାହା ଉପରେ ଜବାବ ଦେବାକୁ ଲାଲୁଙ୍କ ଓକିଲ ସମୟ ମାଗିଥିଲେ ।

ସୂଚନାଥାଉକି, କୋଷାଗାର ମାମଲାରେ ତାଙ୍କୁ 3 ବର୍ଷ ଜେଲ ଦଣ୍ଡ ମିଳିଛି । ଯେଉଁଥିରେ ତାଙ୍କୁ ଆରମ୍ଭରୁ ହିଁ ବେଲ ମିଳିଥିଲା । ସେହିପରି ଚାଇବାସ କୋଷାଗାର ମାମଲାରେ ନିମ୍ନ ଅଦାଲତ 5 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ମାମଲାରେ ମଧ୍ୟ ସେ ଜାମିନ ପାଇଛନ୍ତି । ଏବେ କେବଳ ଦୁମକା କୋଷାଗାର ମାମଲା ରହିଛି । ଯେଉଁଥିରେ ଲାଲୁଙ୍କୁ ସିବିଆଇର ନିମ୍ନ ଅଦାଲତ 7 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହି ମାମଲାରେ ଜାମିନ ପାଇଁ ଲାଲୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଯାହାର ଆଜି ଶୁଣାଣି ରହିଛି । ତେବେ ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ କୋଷାଗାରରୁ ପଶୁ ସମ୍ପଦ ବିଭାଗର ଗୋ-ଖାଦ୍ୟ ବାବଦରେ 900 କୋଟିରୁ ଅଧିକ ଟଙ୍କା ହରିଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.