ETV Bharat / bharat

ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

author img

By

Published : Nov 4, 2019, 10:31 AM IST

Updated : Nov 4, 2019, 10:37 AM IST

ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରାରେ ଅହେତୁକ ବୃଦ୍ଧି ଏବେ ବୃହତ ସମସ୍ୟା ଭାବେ ମୁଣ୍ଡ ଟେକିଛି । ତେବେ ଏଥିରୁ ସହର ଓ ରାଜ୍ୟବାସୀଙ୍କୁ ମୁକ୍ତି ଦେବା ପାଇଁ ପିଏମଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିର ସମୀକ୍ଷା କରିଛନ୍ତି । ଏନେଇ ରବିବାର ସେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ପ୍ରଦୂଷଣରେ ପ୍ରଭାବିତ 3ଟି ରାଜ୍ୟ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, କ୍ୟାବିନେଟ ସଚିବ, କୃଷି, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । କ୍ୟାବିନେଟ ସଚିବାଳୟ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ, ଇଣ୍ଡିଆନ ମେଟ୍ରୋଲୋଜିକାଲ ମହାନିର୍ଦ୍ଦେଶକ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର କ୍ୟାବିନେଟ ସଚିବଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

କ୍ୟାବିନେଟ ସଚିବ ରାଜୀବ ଗୌବା ଏହି ରାଜ୍ୟର ପ୍ରତ୍ୟେକ ଦିନ ସ୍ଥିତି ପରଖିବେ । ଏହାସହ ଉତ୍ତମ ସମନ୍ବୟ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏହି 3 ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ କୁହାଯାଇଛି ଯେ, ନିଜ ନିଜର ରାଜ୍ୟର ସ୍ଥିତି ଉପରେ 24 ଘଣ୍ଟା ନଜର ରଖିବେ ।

ସମଗ୍ର ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇ ସ୍ଥିତି ଗମ୍ଭୀର ହେବାରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଜନଜୀବନ । ନିଃଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ କଷ୍ଟ ଭୋଗୁଛନ୍ତି । ଯାହାକୁ ନେଇ ଏକ ଜରୁରୀକାଳୀନ ବୈଠକ ବସିଥିଲା । ପ୍ରଦୂଷଣକୁ ନେଇ ଏକ ଶୃଙ୍ଖଳା ପ୍ରସ୍ତୁତ ହୋଇଛି । ରାଜଧାନୀ ସମେତ ଆଖପାଖ ରାଜ୍ୟରେ ଗାଡିମଟର ଚାଳନ ସହ, ଆବର୍ଜନା ଜାଳିବା ଓ ଫସଲ ପୋଡିବା ଉପରେ ସ୍ବତନ୍ତ୍ର ନଜର ରଖାଯିବ । ବାୟୁ ପ୍ରଦୂଷଣର ମାତ୍ରା କମ କରିବାକୁ ଦିଲ୍ଲୀରେ ପ୍ରାୟ 300 ଟିମକୁ ପ୍ରସ୍ତୁତ କରାଯାଇଛି ।

Intro:Body:

testing

Conclusion:
Last Updated : Nov 4, 2019, 10:37 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.