ETV Bharat / bharat

6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା; ଏକକ ବେଞ୍ଚ ଗଠନ ପାଇଁ ନିର୍ଦ୍ଦେଶ - ବିଏସପି ବିଧାୟକ କଂଗ୍ରେସରେ ସାମିଲ

ଏହି ବେଞ୍ଚ ଅଗଷ୍ଟ 11 ରେ ଆବେଦନ ଉପରେ ଶୁଣାଣି କରିବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଦାଲତ ବିଏସପିରୁ କଂଗ୍ରେସରେ ସାମିଲ ହୋଇଥିବା ସମସ୍ତ ବିଧାୟକଙ୍କୁ ନୋଟିସ ଜାରି କରିବାକୁ ବେଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।

6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା
6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା
author img

By

Published : Aug 6, 2020, 4:17 PM IST

ଜୟପୁର: ବିଏସପି ବିଧାୟକଙ୍କ କଂଗ୍ରେସରେ ସାମିଲ ହେବା ମାମଲାର ଶୁଣାଣି ପାଇଁ ଏକକ ବେଞ୍ଚ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ । ବାଚସ୍ପତିଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ବିଏସପି ଏବଂ ବିଜେପି ବିଧାୟକ ମଦନ ଦିଲାବର ଆବେଦନ ଦାଖଲ କରିଥିଲେ । ତେବେ ଏହି ବେଞ୍ଚ ଅଗଷ୍ଟ 11 ରେ ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଦାଲତ ବିଏସପିରୁ କଂଗ୍ରେସରେ ସାମିଲ ହୋଇଥିବା ସମସ୍ତ ବିଧାୟକଙ୍କୁ ନୋଟିସ ଜାରି କରିବାକୁ ବେଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକସ୍ଥଳେ ବେଞ୍ଚ ଏହି ମାମଲାର ଶୁଣାଣି ପାଇଁ ପୋଲିସ ଅଧିକ୍ଷକଙ୍କ ସହାୟତା ମଧ୍ୟ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।

2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ମଦନ ଦିଲାବର ।

ସେହିପରି ବିଏସପି ମଧ୍ୟ ଏହି ମାମଲାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ବିଏସପି ମହାସଚିବ ସତୀଶ ମିଶ୍ରା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଯାହାର ଶୁଣାଣି ଆଜି ହେବାର ଅଛି । ସେପଟେ 6 ବିଏସପି ବିଧାୟକ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.