ନୂଆଦିଲ୍ଲୀ: ଭାରତରେ ଋଷର କୋଭିଡ ଟୀକା ସ୍ପୁଟନିକ ଭି’ର 100 ମିଲିୟନ ଡୋଜ ତିଆରି ହେବ ବୋଲି ଋଷ କର୍ତ୍ତୃପକ୍ଷ ଏନେଇ ଘୋଷଣା କରିଛନ୍ତି। ଭାରତର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ହେଟେରୋ’ ପ୍ରଥମ ପର୍ଯ୍ୟାୟରେ ଏହି ଟୀକାର 100 ମିଲିୟନ ଡୋଜ ପ୍ରସ୍ତୁତ କରିବ ବୋଲି ଋଷ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍ (ଆର୍ଡିଆଇଏଫ୍) ପକ୍ଷରୁ କୁହାଯାଇଛି । ତେବେ ୨୦୨୧ ପ୍ରାରମ୍ଭରେ ହିଁ ଭାରତରେ ଟିକା ତିଆରି ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।
ଏହି ଟୀକା ୯୫ ପ୍ରତିଶତ ଫଳପ୍ରଦ ବୋଲି ଋଷ ଦାବି କରିଛି ଏବଂ ସମସ୍ତ ପର୍ଯ୍ୟାୟ ପରୀକ୍ଷଣରେ ଏହା ନିରାପଦ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଚୀନ ନ୍ୟାସନାଲ ବାୟୋଟେକ୍ ଗ୍ରୁପ ‘ସିନୋଫାର୍ମ’ ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକା ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା ବେଳେ ଏହି ଟୀକାର ବ୍ୟାପକ କଳାବଜାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ହଜାର ହଜାର ନାଗରିକ ବିଭିନ୍ନ ଫାର୍ମାସୀ ସହ ଯୋଗାଯୋଗ କରି ଆଗୁଆ ଟୀକା ପାଇବା ପାଇଁ ପ୍ରୟାସ କରୁଛନ୍ତି।