ନୂଆଦିଲ୍ଲୀ: ଏକ ବଡ଼ ଧରଣର ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍ସ ବିଭାଗ। ଦିଲ୍ଲୀ କଷ୍ଟମ ବିଭାଗ ପାଖାପାଖି 207.109 କେଜି ହେରୋଇନ ଜବତ ସହ ନଷ୍ଟ କରିଛି। ନଷ୍ଟ ହୋଇଥିବା ଏହି ହେରୋଇନର ଅନ୍ତର୍ଜାତୀୟ ମୂଲ୍ୟ 1000 କୋଟି ହେବ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ, ଅମ୍ରିତସର କଷ୍ଟମ ବିଭାଗ 905 ଗ୍ରାମର ହେରୋଇନ ଶୁକ୍ରବାର ଜବତ କରିଛି। ଏହି ଜବତ ଡ୍ରଗ୍ସକୁ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ନଷ୍ଟ କରାଯିବ। ଏହି ସମସ୍ତ କାର୍ଯ୍ୟ ପଞ୍ଜାବ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଦ୍ବାରା କରାଯାଉଛି।