ETV Bharat / bharat

ମାୟାନଗରୀରେ 396 କେଜି ହେରୋଇନ ଜବତ, 3 ଗିରଫ - 396 କେଜି ହିରୋଇନ ଜବତ

ମାୟାନଗରୀ ମୁମ୍ବାଇର ତାଲୋଜା ନିକଟରୁ 396 କେଜି ହେରୋଇନ ଜବତ । ଘଟଣାରେ ଦୁଇ ଜଣ ନାଇଜେରିଆ ନାଗିରକ ସମେତ 3 ଗିରଫ । ଅଧିକ ପଢନ୍ତୁ...

Heroin concealed in buttons seized in Mumbai
ମାୟାନଗରୀରେ 396 କେଜି ହିରୋଇନ ଜବତ, 3 ଗିରଫ
author img

By

Published : Nov 28, 2020, 10:32 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ତାଲୋଜା ନିକଟରୁ ବିପୁଳ ପରିମାଣର ହେରୋଇନ ଜବତ । ଗତ ସାତ ଦିନର ଅପରେସନ ପରେ ରାଜସ୍ବ ନିର୍ଦ୍ଦେଶାଳୟ ଇଣ୍ଟେଲିଜିଏନ୍ସି 396 କେଜି ହେରୋଇନ ଜବତ କରିବା ସହିତ ଘଟଣାରେ 3 ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାଇଜେରିଆ ନାଗରିକ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରୁ ଏହି ନିଶା ପଦାର୍ଥ ମହିଳା ପୋଷାକରେ ସିଲେଇ ହୋଇଥିବା ବଟନରେ ଲୁଚାଇ ରଖାଯାଇ ଚାଲାଣ କରାଯାଇଥିଲା ଏବଂ ଏକ ଅନ୍ତର୍ଜାତୀୟ କୋରିଅର କମ୍ପାନୀର ହବରେ ଏହାକୁ ଅଟକାଇ ରଖାଯାଇଥିଲା ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ପାର୍ସଲ ଯାଞ୍ଚ କରିବା ସମୟରେ ଡିଆରଆଇ ଅଧିକାରୀମାନେ ପାର୍ସଲର ପ୍ରତ୍ୟେକ ଗାଉନରେ ସିଲେଇ ହୋଇଥବା ଅସ୍ବଭାବିକ ବଡ ବଟନଗୁଡିକୁ ଦେଖି ତାହାକୁ ଯାଞ୍ଚ କରିବାରୁ ସେଥିମଧ୍ୟରେ ହେରୋଇନ ଲୁଚି ରହିଥିବା ଦେଖିବାକୁ ପାଇଥିଲେ ।

କୋରିଅର କମ୍ପାନୀ ଭ୍ୟାନ ସାହାଯ୍ୟରେ ଏହି ପାର୍ସଲଗୁଡିକୁ ବିତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଡିଆରଇ ଭ୍ୟାନଟିକୁ ଜବତ କରିଥିଲେ ଏବଂ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତକୁ ପଚରାଉଚନା କରିବା ସମୟରେ ସେ ଘଟଣାରେ ଆଉ ଦୁଇ ଜଣ ବ୍ୟକ୍ତିଙ୍କ ନାଁ କହିଥିଲା । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମୁମ୍ବାଇ ସେସନ କୋର୍ଟରେ ହାଜର କରାଯାଇଥିଲା । ଏବେ ସମସ୍ତ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.