ETV Bharat / bharat

ଲକଡାଉନ: ଭାରତୀୟ ଗୁଗଲରେ ସର୍ଚ୍ଚ ହେଉଛି ଏସବୁ... - କୋରୋନା ସମୟରେ ସର୍ଚ୍ଚ

ଇଣ୍ଟରନେଟ୍ ପାଲଟିଛି ଲକଡାଉନରେ ପ୍ରକୃତ ବନ୍ଧୁ । ଏହାସହ ଗୁଗୁଲ ପାଲଟିଛି ବଞ୍ଚିବାର ରାହା ଦେଖାଇ ବିପଦର ବନ୍ଧୁ ସାଜିଛି । ଏବେ ଭାରତୀୟ ମାନେ ଗୁଗୁଲ ଏକ ରିପୋର୍ଟ ପ୍ରକାଶ କରିଛି ଯାହା କୋରୋନୋଭାଇରସ୍ ଲକଡାଉନ୍ ସମୟରେ ଭାରତୀୟ ମାନେ କଣ ଖୋଜୁଛନ୍ତି । ଅଧିକ ପଢନ୍ତୁ...

Google these days
Google these days
author img

By

Published : May 1, 2020, 8:18 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟରୁ ରକ୍ଷା ପାଇବା ପାଇଁ ପୁନର୍ବାର ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ଏପରିସ୍ଥଳେ ମେ 17 ଯାଏଁ ସାରା ଦେଶରେ ଜାରି ରହିବ ଲକଡାଉନ । ଯେହେତୁ ଭାରତରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଲକଡାଉନରେ ରହିଛି । ଏଭଳି ସମୟରେ ଇଣ୍ଟରନେଟ୍ ପାଲଟିଛି ଲକଡାଉନର ପ୍ରକୃତ ବନ୍ଧୁ । ଏହାସହ ଗୁଗୁଲ ପାଲଟିଛି ବଞ୍ଚିବାର ରାହା ଦେଖାଇ ବିପଦର ବନ୍ଧୁ ସାଜିଛି । ଏବେ ଭାରତୀୟ ମାନେ ଗୁଗୁଲ ଏକ ରିପୋର୍ଟ ପ୍ରକାଶ କରିଛି ଯାହା କୋରୋନୋଭାଇରସ୍ ଲକଡାଉନ୍ ସମୟରେ ଭାରତୀୟ ମାନେ କଣ ଖୋଜୁଛନ୍ତି ।

ମୋ ନିକଟସ୍ଥ ଗ୍ରୋସରୀ ଦୋକାନ ଗୁଗରେ ସର୍ଚ୍ଚ
ମୋ ନିକଟସ୍ଥ ଗ୍ରୋସରୀ ଦୋକାନ ଗୁଗରେ ସର୍ଚ୍ଚ

ରିପୋର୍ଟରେ ଦର୍ଶାଯାଇଛି ଯେ ମାର୍ଚ୍ଚରେ “ନିଅର ମି” (ମୋ ନିକଟସ୍ଥ ସ୍ଥାନରେ କଣ ରହିଛି) ସନ୍ଧାନ ବହୁ ପରିମାଣରେ ବୃଦ୍ଧି ପାଇଛି । କୋରୋନା କାଳରେ "ମୋ ନିକଟସ୍ଥ ଫାର୍ମାସି " ସର୍ଚ୍ଚ ପୂର୍ବାପେକ୍ଷା 58 ପ୍ରତିଶତ ବୃଦ୍ଧି ପାଇଛି । "ମୋ ନିକଟସ୍ଥ ଗ୍ରୋସରୀ ଦୋକାନ" ଅର୍ଥାତ ରାସନ ଦୋକାନ ସର୍ଚ୍ଚ ସର୍ବାଧିକ ରହିଛି । ପୂର୍ବାପେକ୍ଷା ଏହା 550 ପ୍ରତିଶତ ବୃଦ୍ଧି ପାଇଛି ।

ରିପୋର୍ଟରେ ଦର୍ଶାଇଯାଇଛି ଯେ ପୂର୍ବଅପେକ୍ଷା148 ପ୍ରତିଶତ ବୃଦ୍ଧି ସହିତ ଅନଲାଇନ ଶିକ୍ଷା ମଧ୍ୟ ସର୍ଚ୍ଚ ହୋଉଛି । । “ଘରେ ଜିମ୍” 148 ପ୍ରତିଶତ ବୃଦ୍ଧି ପାଇଛି । 56 ପ୍ରତିଶତ ବୃଦ୍ଧି ସହିତ “ପାଞ୍ଚ ମିନିଟର ରେସିପି” ଅନ୍ତର୍ଭୁକ୍ତ |

ଭାରତ ଲୋକଙ୍କ ସର୍ଚ୍ଚର ପ୍ରମୁଖତା ମଧ୍ୟରେ “ସ୍ବାସ୍ଥ୍ୟ” ଏବଂ “ଜିନିଷଗୁଡ଼ିକ କିପରି ତିଆରି ହୁଏ”ସ୍ଥାନ ପାଇଛି | ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ସପ୍ତାହରେ ଭିଟାମିନ୍ C ସର୍ଚ୍ଚ150 ପ୍ରତିଶତ ବୃଦ୍ଧି ପାଇଛି। ଲୋକମାନେ "ରୋଗ ପ୍ରତିରୋଧକ ଶକ୍ତି" ସର୍ଚ୍ଚ 500 ପ୍ରତିଶତ ବୃଦ୍ଧି ପାଇଛି । "ଗିଲୋଇ" ପରି ହର୍ବାଲ ସର୍ଚ୍ଚ 380 ପ୍ରତିଶତ ବୃଦ୍ଧି ପାଇଛି ଏବଂ "କଢା" ପରି ପୁରୁଣା ଘରୋଇ ଉପଚାରର ସର୍ଚ୍ଚ 90% ବୃଦ୍ଧି ଘଟିଛି।

ଆଜିକାଲି ଡିଜିଟାଲ୍ ପେମେଣ୍ଟ ମଧ୍ୟ ସାଧାରଣ ହୋଇଗଲାଣି ଏବଂ ଲୋକମାନେ ଏହା ବିଷୟରେ ଆଗ୍ରହୀ ଅଟନ୍ତି | ରିପୋର୍ଟରେ ଦର୍ଶାଯାଇଛି ଯେ ଆଜିକାଲି ଉପଭୋକ୍ତାମାନେ “QR କୋଡ୍ ପେମେଣ୍ଟ”, “ୟୁପିଆଇ ପିନ୍ କିପରି ପରିବର୍ତ୍ତନ କରିବେ”, “ରାତାରାତି ମ୍ୟୁଚୁଆଲ୍ ଫଣ୍ଡ” ଏବଂ “ଅନଲାଇନରେ କିପରି ବିଦ୍ୟୁତ୍ ବିଲ୍ ପେମେଣ୍ଟ କରିବେ” ସେନେଇ ପାଇଁ ସର୍ଚ୍ଚ କରିଛନ୍ତି ।

ଏଥିସହ, ରିପୋର୍ଟରେ ଦର୍ଶାଯାଇଛି ଯେ ଯୁବ ଉପଭୋକ୍ତାମାନେ ଅନ-ଡିମାଣ୍ଡ ସେବା ପାଇଁ ଅଧିକ ଖୋଜୁଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଘଟିଥିବା ସାଧାରଣ ସନ୍ଧାନରେ “ଅନଲାଇନ ଡାକ୍ତରଙ୍କ ପରାମର୍ଶ”, “ମାଗଣା ଭିଡିଓ ଡେଟିଂ” ଏବଂ “ସହଯୋଗୀ ସଫ୍ଟୱେର୍” ଅନ୍ତର୍ଭୁକ୍ତ ସର୍ଚ୍ଚରେ ରହିଛି ।

ଶେଷରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ହୋମସ୍କୁଲ ପିଲାମାନଙ୍କୁ କିପରି ଏବଂ ୱାର୍କ ଫର୍ମ ହୋମ କିପରି କରିବେ ତାହା ମଧ୍ୟ ଏହି କୋରୋନାଭାଇରସ୍ ଲକଡାଉନ୍ ସମୟରେ ସର୍ଚ୍ଚରେ ବୃଦ୍ଧି ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.