ETV Bharat / bharat

କଟନ ଓ ସିଲ୍କ ମିଶ୍ରଣରେ ଘରେ ପ୍ରସ୍ତୁତ କରି ହେବ ବେଷ୍ଟ ମାସ୍କ - କଟନ ଓ ସିଲ୍କରେ ପ୍ରସ୍ତୁତ ମାସ୍କ

ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ ସାର୍ସ-କୋଭ-2 (SARS-CoV-2) ହେଉଛି କୋରୋନା ସଂକ୍ରମଣର ନୂ୍ଆ ବାହକ । ଏହା ଏକ ସାମାନ୍ୟ କଣିକା ଯାହା ଆକ୍ରାନ୍ତଙ୍କ ଛିଙ୍କିବା, ଶ୍ବାସକ୍ରିୟା ବା ସାଧାରଣ କଥାବାର୍ତ୍ତା ସମୟରେ ବାୟୁମଣ୍ଡଳକୁ ନିର୍ଗତ ହୋଇ ସାଧାରଣ ଲୋକଙ୍କ ଦେହରେ ପ୍ରବେଶ କରିଥାଏ ।

home made mask, mask for corona fight, mask made up of cotton and silk, mask, ଘରେ ତିଆରି କରନ୍ତୁ ମାସ୍କ, କୋରୋନା ମୁକାବିଲା ପାଇଁ ମାସ୍କ, କଟନ ଓ ସିଲ୍କରେ ପ୍ରସ୍ତୁତ ମାସ୍କ, ମାସ୍କ
କଟନ ଓ ସିଲ୍କ ମିଶ୍ରଣରେ ଘରେ ପ୍ରସ୍ତୁତ କରିହେବ ବେଷ୍ଟ ମାସ୍କ
author img

By

Published : Apr 25, 2020, 10:21 PM IST

ନ୍ୟୁୟର୍କ: କୋରୋନାରୁ ବଞ୍ଚିବା ପାଇଁ ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି ମାସ୍କର ବ୍ୟବହାର । ଏମିତିରେ ମାସ୍କର ପ୍ରସ୍ତୁତିକୁ ସମସ୍ତ ରାଷ୍ଟ୍ରରେ ତ୍ବରାନ୍ବିତ କରାଯାଇଥିବା ବେଳେ ଘରେ ନିଜ ମାସ୍କ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଅନେକ । ହେଲେ ଏହି ମାସ୍କ ଯେ କେତେ ସୁରକ୍ଷିତ ଓ କ’ଣ କଲେ ଲୋକେ ସହଜରେ ନିଜ ମାସ୍କ ନିଜେ ପ୍ରସ୍ତୁତ କରିପାରିବେ ସେନେଇ ବିଦେଶରେ ଚାଲିଛି ଗବେଷଣା । ଏନେଇ ଜଣେ ଭାରତୀୟ ଗବେଷକଙ୍କ ସମେତ ଏକ ଗବେଷକ ଟିମ ଖୋଜି ବାହାର କରିଛନ୍ତି ଏକ ସହଜ ଉପାୟ ।

ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ ସାର୍ସ-କୋଭ-2 (SARS-CoV-2) ହେଉଛି କୋରୋନା ସଂକ୍ରମଣର ନୂଆ ବାହକ । ଏହା ଏକ ସାମାନ୍ୟ କଣିକା ଯାହା ଆକ୍ରାନ୍ତଙ୍କ ଛିଙ୍କିବା, ଶ୍ବାସକ୍ରିୟା ବା ସାଧାରଣ କଥାବାର୍ତ୍ତା ସମୟରେ ବାୟୁମଣ୍ଡଳକୁ ନିର୍ଗତ ହୋଇ ସାଧାରଣ ଲୋକଙ୍କ ଦେହରେ ପ୍ରବେଶ କରିଥାଏ । କୋରୋନା ଏକ ଶ୍ବାସକ୍ରିୟା ଜନିତ ସଂକ୍ରମଣ ହୋଇଥିବାରୁ ଏହି କଣିକା ବା ଏରୋସୋଲ ସହଜରେ ସୁସ୍ଥ ବ୍ୟକ୍ତିଙ୍କ ଦେହରେ ପ୍ରବେଶ କରିପାରେ । ତେବେ ଏହାକୁ ରୋକିବା ପାଇଁ ମାସ୍କର ବ୍ୟବହାର ଅତି ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ୟୁଏସସ୍ଥିତ ୟୁନିଭର୍ସିଟି ଅଫ ସିକାଗୋର ସୁପ୍ରତୀକ ଗୁହାଙ୍କ ନେତୃତ୍ବରେ ଏକ ଟିମ ଅନେକ ପରୀକ୍ଷା ନିରୀକ୍ଷା ପରେ ଖୋଜି ବାହାର କରିଛି ଏକ ସହଜ ଉପାୟ ।

ଲ୍ୟାବରେ 10 ନାନୋମିଟରରୁ 6 ମାଇକ୍ରୋମିଟର ପରିମିତ କଣିକାକୁ ବିଭିନ୍ନ କମ୍ବିନେଶନର କପଡା ସ୍ତର ଦେଇ ପାସ କରାଯାଇଥିଲା । ଏଥିରୁ ଦେଖିବାକୁ ମିଳିଥିଲା କି ଦୁଇ ପରସ୍ତ ପୋଲିଷ୍ଟର କପଡା ଉପରେ ଟାଇଟ ଭାବେ ବୁଣା ହୋଇଥିବା କଟନ କପଡା ଏହି ଏରୋସୋଲକୁ ଶରୀରରେ ପ୍ରବେଶ ମାତ୍ରା 80ରୁ 99 ପ୍ରତିଶତ ପର୍ଯ୍ୟନ୍ତ ରୋକିପାରେ । ତେବେ ପରବର୍ତ୍ତୀ ସମୟରେ ସିଲ୍କ ଓ କଟନର ମିଶ୍ରଣରେ ପ୍ରସ୍ତୁତ ମାସ୍କ ମଧ୍ୟ ଏହି ଏରୋସୋଲକୁ ଶରୀରରେ ପ୍ରବେଶ କରାଇ ଦେଇନଥିବା ଦେଖିବାକୁ ମିଳିଥିଲା । ଏହି ଗବେଷଣା ଆଧାରରେ ଗବେଷକମାନେ ପ୍ରକାଶ କରିଛନ୍ତି କି ଏଣିକି ଘରେ ରହି କଟନ ଓ ସିଲ୍କର ମିଶ୍ରଣରେ ଲୋକେ ନିଜ ପାଇଁ ସୁରକ୍ଷିତ ମାସ୍କ ପ୍ରସ୍ତୁତ କରିପାରିବେ ।

ହେଲେ ମାସ୍କ ପ୍ରସ୍ତୁତ ସମୟରେ ସାବଧାନତା ଆପଣାଇ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି । ଏଥିସହ ମାସ୍କକୁ ବ୍ୟବହାର ପରେ ସଫା କରିବା ପାଇଁ ମଧ୍ୟ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.