ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବହୁମତ ପାଇଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବାଧିନ ମେଣ୍ଟର ନେତା ହେମନ୍ତ ସୋରେନ ଆସନ୍ତା 29ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଶିବୁ ସୋରେନଙ୍କ ବାସଭବନରେ ଆୟୋଜିତ ବିଧାୟକଙ୍କ ବୈଠକରେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳନେତା ଭାବେ ଚୟନ କରାଯାଇଛି।
ବିଧାୟକ ଦଳନେତା ଭାବେ ନିର୍ବାଚିତ ହେବାପରେ ହେମନ୍ତ କହିଛନ୍ତି ଆମେ 50 ବିଧାୟକଙ୍କ ସମର୍ଥନ ସହ ରାଜ୍ୟପାଳଙ୍କୁ ସରକାର ଗଠନ କରିବାକୁ ଦାବି କରିଛୁ । 29 ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ଉତ୍ସବରେ ନୂତନ ସରକାର ଶପଥ ଗ୍ରହଣ କରିବେ ବୋଲି ହେମନ୍ତ ସୋରେନ କହିଛନ୍ତି।