ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ କିଏ କେତେ ଧନୀ ସେନେଇ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେପି ପ୍ରାର୍ଥୀ ହେମା ମାଳିନୀ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ଧନି ବୋଲି ଏସୋସିଏସନ ଅଫ ଡେମୋକ୍ରେଟିକ୍ସ ରିପୋର୍ଟରୁ ଜଣାପଡିଛି ।
ମୋଟ 716 ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ 255 ଜଣ କୋଟିପତି ଥିବା ରିପୋର୍ଟରେ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ହେମା ମାଳିନୀଙ୍କ ସମ୍ପତ୍ତି 250 କୋଟି ଟଙ୍କା ରହିଥିବା ବେଳେ ସବୁଠୁ ଧନୀ ପ୍ରାର୍ଥୀଙ୍କ ତାଲିକାରେ ସେ ଅଛନ୍ତି ।
ଅନ୍ୟପକ୍ଷରେ 717 ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ 100 ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ 78 ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା ହୋଇଛି ।