ETV Bharat / bharat

ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କର: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

author img

By

Published : Jul 20, 2020, 8:49 PM IST

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାର୍ଯ୍ୟ କରିବାକୁ ନିଜ ଦଳ ନେତାଙ୍କୁ ଅନୁରୋଧ କରିଛନ୍ତି ।

_priyanka gandhi
ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାର୍ଯ୍ୟ କରନ୍ତୁ

ନୂଆଦିଲ୍ଲୀ: ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ନିଜ ଦଳ ନେତାଙ୍କୁ ଅନୁରୋଧ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ନିଜ ଦଳ ନେତାଙ୍କୁ ଅନୁରୋଧ କରିଛନ୍ତି ।

ଏକ ହିନ୍ଦି ଟ୍ବିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଆସାମ, ବିହାର ଏବଂ ୟୁପିର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି । ଏହି ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ଆମେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏଣୁ ମୁଁ କଂଗ୍ରେସ ନେତା ଏବଂ କର୍ମୀମାନଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ଅନୁରୋଧ କରୁଛି ।

ପ୍ରକାଶ ଥାଉକି, ଗତ ରବିବାର ଆସାମରେ ବନ୍ୟା କାରଣରୁ ଆଉ 6 ଜଣ ଲୋକ ପ୍ରାଣ ହରାଇଲେ । ଏହାକୁ ମିଶାଇ ଆସାମରେ ମୋଟ 85 ଜଣ ଲୋକ ବନ୍ୟାରେ ପ୍ରାଣ ହରାଇଛନ୍ତି । ଏଥିସହ ବନ୍ୟାରେ ଆସାମର 70 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.