ETV Bharat / bharat

ଚୀନ ସୀମା ପର୍ଯ୍ୟନ୍ତ ସଡକ ନିର୍ମାଣ କରୁଛି ଦେଶ, ବାୟୁସେନା ହେଲିକପ୍ଟରରେ ପହଞ୍ଚିଲା ମେସିନ

ବିଆରଓ ପୁଣି ଥରେ ବାୟୁସେନାର ହେଲିକପ୍ଟର ଯୋଗେ ରାସ୍ତା ନିର୍ମାଣ ପାଇଁ ମେସିନ ଯୋଗାଇବା ପାଇଁ ଏକ ଅପରେସନ୍ ଆରମ୍ଭ କରିଛି। ଏଥର ଏହି ଅଭିଯାନ ସଫଳ ହୋଇଛି । ଅଧିକ ପଢନ୍ତୁ...

ଚୀନ ସୀମା ପର୍ଯ୍ୟନ୍ତ ସଡକ ନିର୍ମାଣ କରୁଛି ଦେଶ

author img

By

Published : Jun 12, 2020, 8:08 AM IST

ଡେରାଡୁନ: ଉତ୍ତରାଖଣ୍ଡ ପିଥୋରାଗଡ ଜିଲ୍ଲାରୁ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି ଦେଶ । ମୁନସ୍ୟାରୀ ମିଲମ ସଡକ ନିର୍ମାଣ ପାଇଁ ବର୍ଡର ରୋଡସ ଅର୍ଗାନାଇଜେସନ(ବିଆରଓ) ବାୟୁସେନାର ହେଲିକପ୍ଟର ଯୋଗେ ମେସିନ ପହଞ୍ଚାଯାଇଛି । ରାସ୍ତା ନିର୍ମାଣ ଦିଗରେ ପ୍ରତିବନ୍ଧକ ସାଜିଛି ପଥର । ପଥର କାଟିବାରେ ସମସ୍ୟା ସୃଷ୍ଟି ହେବାରୁ ମେସିନ ପଠାଯାଇଛି ।

65 କିଲୋମିଟରର ଏହି ରାସ୍ତା 22 କିଲୋମିଟରରେ ଲାସପା ନିକଟରେ ପଥର କାଟିବାରେ ସମସ୍ୟା ଦେଖାଦେଇଥିଲା । ଯାହାକୁ ନେଇ ଦୀର୍ଘ ଦିନ ଧରି ବିଆରଓ ପକ୍ଷରୁ ମେସିନ ପହଞ୍ଚାଯାଉଛି । ଏହା ପୂର୍ବରୁ 2019ରେ ବାୟୁସେନା ହେଲିକପ୍ଟରରେ ମେସିନ ପଠାଯିବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ଏଥିରେ ସଫଳ ହୋଇପାରିନଥିଲେ ।

ଏଥର ବିଆରଓ ପୁଣି ଥରେ ବାୟୁସେନା ହେଲିକପ୍ଟର ଯୋଗେ ସଡକ ନିର୍ମାଣ ପାଇଁ ମେସିନ୍ ବିତରଣ ପାଇଁ ଏକ ଅପରେସନ୍ ଆରମ୍ଭ କରିଛି। ଏଥର ଏହି ଅଭିଯାନ ସଫଳ ହୋଇଛି । ବାୟୁସେନା ହେଲିକପ୍ଟର ମେସିନ୍ଗୁଡ଼ିକୁ ଲାସପାକୁ ପହଞ୍ଚା ଯାଇଛି ।

ଅନ୍ୟପଟେ, ଭାରତ ପୂର୍ବ ଲାଦଖରେ ମଧ୍ୟ ଦୁଇଟି ରାସ୍ତା ତିଆରି କରିବାର ଯୋଜନା କରିଛି । ଏହି ଅଞ୍ଚଳଗୁଡିକୁ ସେନା ପକ୍ଷରୁ ସବ ସେକ୍ଟର ନର୍ଥ(ଏସଏସଏନ) କୁହାଯାଉଛି । ଏହି ପ୍ରକଳ୍ପ ସହ ଯୋଡି ହୋଇଥିବା 2 ଜଣ ସେନା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ପ୍ରଥମ ରାସ୍ତାଟି ଦୌଲତ ବୈଜ ଓଲିଡିକୁ ଯୋଡିବ । ଦ୍ବିତୀୟଟି ସସମାରୁ ସେସର ଲା ପର୍ଯ୍ୟନ୍ତ ଯୋଡିବ । ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ବର୍ଡର ରୋଡସ ଅର୍ଗାନାଇଜେସନ(ବିଆରଓ) । ଏହି କାର୍ଯ୍ୟରେ 11 ହଜାର ଶ୍ରମିକଙ୍କୁ ଚୀନ ସୀମାନ୍ତ ଲଦାଖ , ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶରେ ନିଯୁକ୍ତି ଦିଆଯାଉଛି । ସସମାରୁ ସେସର ଲା ପର୍ଯ୍ୟନ୍ତ ପ୍ରାୟ 17 ହଜାର 800 ଫୁଟ ଦୀର୍ଘ ରାସ୍ତା ନିର୍ମାଣ କରାଯାଉଥିବାବେଳେ, ଏହା ଅତ୍ୟନ୍ତ କଠିନ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଭାରତ-ଚୀନ ସୀମାରେ ଉପୁଜିଥିବା ବିବାଦକୁ କମ କରିବାକୁ ଉଭୟ ଦେଶ ଉଦ୍ୟମ କରୁଛନ୍ତି । ଏହି ମାମଲାରେ ଏବେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ କଥାବର୍ତ୍ତା ହେବେ । ପୂର୍ବରୁ ସୈନିକ ଫେରାଇ ନେବା ପାଇଁ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ହୋଇଥିଲା ।

ସେପଟେ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ କହିଛନ୍ତି ଯେ, ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ଆବଶ୍ୟକ ପଦକ୍ଷେପ ନେଉଛି। ପୂର୍ବ ସୀମା ଚୁକ୍ତି ଅନୁଯାୟୀ ଶାନ୍ତି ବଜାୟ ରଖିବା ପାଇଁ ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରାଯାଉଛି। ଉଭୟ ଦେଶରେ ଚାଲିଥିବା ସାମରିକ କଥାବାର୍ତ୍ତା ମଧ୍ୟରେ PCL-181 PLA ରେ ନିୟୋଜିତ ହୋଇଛି, ଏହା ପରେ ଭାରତ ମଧ୍ୟ ସୀମାରେ ଏହାର ନିୟୋଜନ ବୃଦ୍ଧି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.