ETV Bharat / bharat

ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ହେଭିୱେଟ - ଗାନ୍ଧୀ ଜୟନ୍ତୀ

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ  । ତାଙ୍କ ଜନ୍ମବାର୍ଷିକୀ ଅବସରରେ ହେଭିୱେଟ ଜଣାଇଛନ୍ତି ବିନମ୍ର ଶ୍ରଦ୍ଧାଞ୍ଜଳି ।

ଫାଇଲ ଫଟୋ
author img

By

Published : Oct 2, 2019, 1:35 PM IST

ହାଇଦ୍ରାବାଦ: ଆଜି ଦେଶର ଦୁଇ ମହାନ ନେତାଙ୍କ ଜନ୍ମବାର୍ଷିକୀ । ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ସ୍ବାଧୀନ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଚଳିତ ବର୍ଷ ବାପୁଙ୍କ ୧୫୦ ତମ ଜନ୍ମତିଥି ପାଳନ କରାଯାଉଥିବା ବେଳେ ଶାସ୍ତ୍ରୀଙ୍କ ୧୧୬ ତମ ଜନ୍ମଦିବସ ପାଳନ କରାଯାଉଛି । ଏହି ଅବସରରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗାନ୍ଧୀ ଜୟନ୍ତୀ ଅବସରରେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ଲେଖିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 150 ତମ ଜୟନ୍ତୀରେ ଶତ-ଶତ ପ୍ରଣାମ । ସେହିପରି ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଧ୍ୟ ଏକ ଭିଡିଓ ସେୟାର କରି ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି । ଭିଡିଓ ସହ ସେ ଲେଖିଛନ୍ତି, ‘ଜୟ ଜବାନ, ଜୟ କିଶାନ’ ନାରାରେ ନୂଆ ଶକ୍ତିର ସଞ୍ଚାର କରିଥିବା ପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ଶତଶତ ପ୍ରଣାମ ।

photo
ଫଟୋ ସୌଜନ୍ୟ@narendramodi

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ଗାନ୍ଧୀ ଜୟନ୍ତୀ ଅବସରରେ ଆମ ସମସ୍ତଙ୍କୁ ସତ୍ୟ, ଅହିଂସା ଏବଂ ଆଦର୍ଶ ପ୍ରତି ନିଜକୁ ସମର୍ପିତ କରିବା ଉଚିତ ।

photo
ଫଟୋ ସୌଜନ୍ୟ@rashtrapatibhvn

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଅବସରରେ ଉଭୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

photo
ଫଟୋ ସୌଜନ୍ୟ@AmitShah

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କୁ ଶତଶତ ପ୍ରଣାମ କରିଛନ୍ତି ।

photo
ଫଟୋ ସୌଜନ୍ୟ@rajnathsingh

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

photo
ଫଟୋ ସୌଜନ୍ୟ: @RahulGandhi

ସେହିପରି କେଜ୍ରିୱାଲ ମଧ୍ୟ ଏହି ଅବସରରେ ଟ୍ବିଟ କରି ଲେଖିଛନ୍ତି, ଆଜି ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ଗାନ୍ଧୀ ସତ୍ୟ ଏବଂ ଅହିଂସାର ପୂଜାରୀ ଥିଲେ ତ ଶାସ୍ତ୍ରୀ ସଚ୍ଚୋଟର ପ୍ରତୀକ ଥିଲେ । ଏହି ମହାନ ନେତାଙ୍କ ଜନ୍ମ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେଜରିୱାଲ ।

photo
ଫଟୋ ସୌଜନ୍ୟ: @ArvindKejriwal

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.