ETV Bharat / bharat

ଦେଶରେ ବର୍ଷା ବିତ୍ପାତ: ମୁମ୍ବାଇରେ ହାଇଆଲର୍ଟ, ଉଠିପାରେ 4.6 ପର୍ଯ୍ୟନ୍ତ ଜୁଆର

ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ରବିବାର ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁଜୁରାଟ ଓ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଭିନ୍ନ ରାଜ୍ୟରେ ବର୍ଷା
ବିଭିନ୍ନ ରାଜ୍ୟରେ ବର୍ଷା
author img

By

Published : Jul 6, 2020, 4:17 PM IST

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ରବିବାର ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁଜୁରାଟ ଓ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପାଣିପାଗ ବିଭାଗ ମୁମ୍ବାଇରେ ଉଚ୍ଚ ଜୁଆରର ଚେତାବନୀ ଦେଇଛି। ବିଭାଗର ସୂଚନାନୁସାରେ, ଆଜି ରାତି ପ୍ରାୟ 1 ଟା ସମୟରେ ସମୁଦ୍ର ତରଙ୍ଗ 4.67 ମିଟର ଉଚ୍ଚକୁ ଉଠିପାରେ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସମୁଦ୍ର କୂଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ଲୋକଙ୍କୁ ନିଜ ଘରେ ରହିବାକୁ ନିବେଦନ କରିଛି।

ବିଭାଗର ସୂଚନାନୁସାରେ, 15 ମିଲିଲିଟରରୁ କମ୍ ବୃଷ୍ଟିପାତକୁ ହାଲୁକା ବର୍ଷା । ମଧ୍ୟମ ବୃଷ୍ଟିପାତ 15 ରୁ 64.5 ମିଲିଲିଟର ଓ ପ୍ରବଳ ବର୍ଷା 64.5 ମିଲିଲିଟିରରୁ ଅଧିକ ବୋଲି ବିବେଚନା କରାଯାଏ। ଦିଲ୍ଲୀରେ ପ୍ରବଳ ପବନ ଓ ବର୍ଷା ହେତୁ ତାପମାତ୍ରା ହ୍ରାସ ପାଇଛି । ସ୍କାଏମେଟ୍ ପାଣିପାଗ ରିପୋର୍ଟ ଅନୁଯାୟୀ ଗୁଜୁରାଟର କିଛି ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଜାରି ରହିପାରେ। ଏଥି ସହିତ ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ସିକ୍କିମ, ଓଡିଶା, ଗୋଆ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି।

ବିହାର, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ରରେ ସାମାନ୍ୟ ବର୍ଷା ହୋଇଛି । 24 ଘଣ୍ଟା ମଧ୍ୟରେ ଗୁଜୁରାଟ, ମୁମ୍ବାଇ, କର୍ଣ୍ଣାଟକ, କେରଳ, ଓଡିଶା, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଓ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବର୍ଷା ହୋଇଛି।

ଗୁଜୁରାଟର ରାଜକୋଟ, ଦ୍ବାରକା, ଜୁନାଗଡ ଓ ପୋରବନ୍ଦରରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବନ୍ୟା ଭଳି ସ୍ଥିତି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଠାରୁ ଦୂରରେ ରହିବାକୁ ମୁମ୍ବାଇ ପୋଲିସ ଲୋକଙ୍କୁ ନିବେଦନ କରିଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ଓ ମଙ୍ଗଳବାର ସୁଦ୍ଧା ମହାରାଷ୍ଟ୍ର-ଗୋଆ ଉପକୂଳରେ 50 ରୁ 60 କିଲୋମିଟର ବେଗରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଇଏମଡି କହିଛି।

ଅନ୍ୟପକ୍ଷେ ଓଡିଶାରେ ମଧ୍ୟ ଆଗାମୀ ଦିନରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର କହିଛି ଯେ ଓଡିଶା ଓ ପଶ୍ଚିମବଙ୍ଗର ଗଙ୍ଗାର ଉପକୂଳବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ନିମ୍ନ ଚାପ ସୃଷ୍ଟି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.