ETV Bharat / bharat

ତତଲା କଡେଇରେ ତେଲେଙ୍ଗାନା - telangana

ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଖାସ କରି ତେଲେଙ୍ଗାନା ରାଜ୍ୟରେ ସକାଳ 8ଟା ପରଠାରୁ ଘରୁ ଗୋଡ କାଢିବା ପୁରା ମୁସ୍କିଲ ହୋଇଯାଉଛି ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Jun 1, 2019, 1:02 PM IST

ହାଇଦ୍ରାବାଦ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରଚଣ୍ଡ ଖରାକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ସାଧାରଣ ଲୋକ । ତେବେ ବିଭିନ୍ନ ରାଜ୍ୟରେ ରୌଦ୍ରତାପ ଅଧିକ ରହିଥିବାରୁ ହିଟୱେଭ ମଧ୍ୟ ଜାରି ରହିଛି । ଖାସ କରି ତେଲେଙ୍ଗାନା ରାଜ୍ୟରେ ସକାଳ 8ଟା ପରଠାରୁ ଘରୁ ଗୋଡ କାଢିବା ପୁରା ମୁସ୍କିଲ ହୋଇଯାଉଛି ।

ଗରମ ସହ ଗୁଳୁଗୁଳିରେ ସନ୍ତୁଳି ହେଉଛି ଜୀବନ । ସକାଳ 8 ଟାରୁ ସନ୍ଧ୍ୟା 5 ଟା ଯାଏଁ ପ୍ରକୋପ ରହୁଛି । ଯାହା ଫଳରେ ଜରୁରୀ କାମ ନଥିଲେ ଲୋକ ବାହାରୁ ନାହାଁନ୍ତି । ତେବେ ରାଜ୍ୟରେ ଆଗାମୀ 5 ଦିନ ଯାଏଁ ହିଟୱେଭ ଜାରି କରାଯାଇଛି । ଦିନରେ ଟାଣ ଖରା ପରେ କିଛି କିଛି ସ୍ଥାନରେ କାଳବୈଶାଖୀ ହେଉଥିବାରୁ ଆଶ୍ବସ୍ତି ଅନୁଭବ କରୁଛି ଜୀବଜଗତ ।

ତେବେ ଅଲିଦାବାଦ ଓ ମେଦାକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 43.8 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସର୍ବଦା ପାରା 40 ପାରେଇ ଯାଉଛି । ଗତକାଲି ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପାରା 42.4 ଡିଗ୍ରୀ ରହିଥିବାବେଳେ ଆଗାମୀ 5 ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Intro:Body:

ତେବେ ଅଲିଦାବାଦ ଓ ମେଦାକ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 43.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବଦା ପାରା 40 ପାରେଇ ଯାଉଛି । ଗତକାଲି ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ପାରା 42.4 ଡିଗ୍ରୀ ରହିଥିବା ବେଳେ ଆଗାମୀ 5 ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.