ETV Bharat / bharat

କୋରୋନାର ଦୁଃଖଦ ସ୍ଥିତି, କ୍ୟାନସର ପୀଡିତ ମା'ର ଚିକିତ୍ସା ପାଇଁ ଝିଅର ପେଣ୍ଟିଂ ବିକ୍ରି - କ୍ୟାନସର ପୀଡିତ ମା'

ବିଗୁଡିଛି ଆମେରିକାର ଆର୍ଥିକ ସ୍ଥିତି। କ୍ୟାନସର ପୀଡିତ ମା ର ଚିକିତ୍ସା କରିବା ପାଇଁ ଝିଅ ଆଙ୍କିଥିବା ତାର ସମସ୍ତ ଫଟୋ ଚିତ୍ରକୁ ସୋସିଆଲ ମିଡିଆରେ ବିକ୍ରି କରିବାକୁ ଅପିଲ କରିଛି।

Heartbreaking-twitter-thread
କୋରୋନାର ଦୁଃଖଦ ସ୍ଥିତି, କ୍ୟାନସର ପୀଡିତ ମା' ର ଚିକିତ୍ସା ପାଇଁ ଝିଅର ପେଣ୍ଟିଂ ବିକ୍ରି
author img

By

Published : Apr 25, 2020, 11:49 AM IST

ୱାସିଂଟନ୍: ବିଗୁଡିଛି ଆମେରିକାର ଆର୍ଥିକ ସ୍ଥିତି। ଯାହା ଫଳରେ ଦେଶର ସାଧାରଣ ଲୋକଙ୍କ ଜୀବନଜୀବିକା ଗଭୀର ଭାବେ ପ୍ରଭାବିତ ହେଉଛି। ଏଭଳି ସମୟରେ ଦେଶରୁ ଆସିଛି ଏକ ଦୁଃଖଦ ଚିତ୍ର । ଯାହା ଏବେ ଟ୍ବିଟରର ସେନସନ ପାଲଟିଛି। କ୍ୟାନସର ପୀଡିତ ମା' ର ଚିକିତ୍ସା କରିବା ପାଇଁ ଝିଅ ଆଙ୍କିଥିବା ତାର ସମସ୍ତ ଫଟୋ ଚିତ୍ରକୁ ସୋସିଆଲ ମିଡିଆରେ ବିକ୍ରି କରିବାକୁ ଅପିଲ କରିଛି।

Heartbreaking-twitter-thread
କୋରୋନାର ଦୁଃଖଦ ସ୍ଥିତି, କ୍ୟାନସର ପୀଡିତ ମା' ର ଚିକିତ୍ସା ପାଇଁ ଝିଅର ପେଣ୍ଟିଂ ବିକ୍ରି

ସୂଚନା ଥାଉକି, ଝିଅଟି ନିଜ ଚାକିରୀ ହରାଇବାର କିଛି ଦିନ ଭିତରେ ଅନେକ ଅସୁବିଧାର ସାମ୍ମନା କରିଥିଲା। ଯାହା ଫଳରେ ନିଜ ଅସୁସ୍ଥ ମାର ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେଇଥିଲା। ଯାହା ଫଳରେ ଏକ ହୃଦୟ ବିଦାରକ ପୋଷ୍ଟରେ ଝିଅଟି ତାର ଟ୍ୱିଟର ବାୟୋରେ ଜଣେ କଳାକାର ବୋଲି କହିବା ସହ ମାଙ୍କ ଖୁବ୍ ଶୀଘ୍ର ଅସ୍ତ୍ରୋପଚାର କରିବା ଆବଶ୍ୟକତା ବୋଲି କହିଛି। ଏଥିପାଇଁ ସେ କିଛି ଆର୍ଥିକ ସହାୟତା ଚାହୁଁଛି। ସେ ଏହି ଅର୍ଥ ନିଜର ପେଣ୍ଟିଂ ବିକ୍ରି କରି ନେବାକୁ ଚାହୁଁଥିବା ଟ୍ବିଟ ମାଧ୍ୟମରେ ପ୍ରକାଶ କରିଛି।

''ଅଙ୍କା ଯାଇଥିବା ସମସ୍ତ ପେଣ୍ଟିଂର ମୂଲ୍ୟ 25 ଆମେରିକୀୟ ଡଲାରରୁ ରୁ 35 ଡଲାର ମଧ୍ୟରେ ରଖାଯାଇଛି। ସେଥିମଧ୍ୟରୁ ଗୋଟିଏ ଚିତ୍ର 200 ଆମେରୀକିୟ ଡଲାର। ତେବେ ସେ ଆଙ୍କିଥିବା ଏହି ସମସ୍ତ ଟିତ୍ର କେବେ ବିକ୍ରି କରିବେ ବୋଲି ଭାବିନଥିଲେ'' ବୋଲି ଟ୍ୱିଟରେ ଲେଖିଛନ୍ତି। ''ମୁଁ ଦୁଖିତ, ମୋ ପାଖରେ ଅନ୍ୟ କୌଣସି ବାଟ ନାହିଁ। ଯେଉଁଥି ପାଇଁ ଏହି ସମସ୍ତ ପେଣ୍ଟିଂକୁ ମୋତେ ବିକ୍ରି କରିବାକୁ ପଡିବ'' ବୋଲି ସେ ଲେଖିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.