ETV Bharat / bharat

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ 8 କଳାକାର ପକ୍ଷଭୁକ୍ତ, ପକ୍ଷ ରଖିବାକୁ ସମୟ ମାଗିଲେ ସଲମାନ ଓ କରନ ଜୋହର

author img

By

Published : Dec 19, 2020, 9:25 PM IST

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଶୁଣାଣି କରିଛନ୍ତି ମୁଜାଫରପୁର କୋର୍ଟ । 8 ବଲିଉଡ କଳାକାର ପକ୍ଷଭୁକ୍ତ । ପଢନ୍ତୁ ଅଧିକ.....

ଶୁସାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ 8 କଳାକାର ପକ୍ଷଭୁକ୍ତ , ପକ୍ଷ ରଖିବାକୁ ସମୟ ମାଗିଲେ ସଲମାନ ଓ କରନ ଜୋହର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଶୁଣାଣି କରିଛନ୍ତି ମୁଜାଫରପୁର କୋର୍ଟ । ଏହି ମାମଲାରେ ପକ୍ଷଭୁକ୍ତ ଥିବା ଅଭିନେତା ସଲମାନ ଖାନ ଓ ସିନେ ନିର୍ଦ୍ଦେଶକ କରନ ଜୋହର ନିଜ ପକ୍ଷ ରଖିବାକୁ ସମୟ ମାଗିଛନ୍ତି । ସେହିପରି ଘଟଣାରେ ପକ୍ଷଭୁକ୍ତ ଥିବା ଅନ୍ୟ କଳାକାରମାନେ ସେମାନଙ୍କ ଜବାବ ଦାଖଲ କରିଥିବାବେଳେ ଜାନୁୟାରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି କୋର୍ଟ ।

ସେନା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ, ଏକତା କପୁର, ଭୁଷଣ କୁମାର, ସାଜିଦ ନାଡିଆଓ୍ବାଲା ଓ ଦିନେସ ବିଜୟନଙ୍କ ତରଫରୁ ସେମାନଙ୍କ ଓକିଲ ନ୍ୟାୟାଳୟଙ୍କ ନିକଟରେ ନିଜ ପକ୍ଷ ରଖିଛନ୍ତି । ଅନ୍ୟ ପକ୍ଷରେ ସଲମାନ ଓ କରନ ଜୋହରଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ପକ୍ଷ ରଖିବା ପାଇଁ ସମୟ ମଧ୍ୟ ଦେଇଛନ୍ତି । 2021 ପ୍ରଥମ ସପ୍ତାହ ସୁଦ୍ଧା ଉଭୟଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଘଟଣାକ୍ରମ ଅନୁସାରେ 17 ଜୁନ 2020ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତି ଦର୍ଶାଇ 8 ଜଣ ଜଣାଶୁଣା ବଲିଉଡ କଳାକାରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ପକ୍ଷଭୁକ୍ତ ସମସ୍ତ କଳାକାରଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ ଜାରି କରିଥିଲେ କୋର୍ଟ ।

କଣ ଥିଲା ଅଭିଯୋଗ

1. ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ତାହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଆଇନଜୀବୀ

ସୁଧିର କୁମାର ଓଝା ଅଭିଯୋଗ କରିଥିଲେ ।

2 . ଏହି ହତ୍ୟାକୁ ଚତୁରତାର ସହ ଆତ୍ମହତ୍ୟାର ଋଣ ଦେବାକୁ ଉଦ୍ୟମ କରାଯାଉଥିବା କଥା ସେ

ପିଟିଶନରେ ଉଲ୍ଲେଖ କରିଥିଲେ ।

3 . ଏହି ଘଟଣାରେ ବଲିଉଡର 8 ଜଣ ଜଣାଶୁଣା କଳାକାରଙ୍କ ସମ୍ପୃକ୍ତି ଥିବା କଥା ଅଭିଯୋଗ

ହୋଇଥିଲା ।

4. ଜାନୁୟାରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଶାଣି ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.