ETV Bharat / bharat

ଆଜି କଡକଡଡୁମା କୋର୍ଟରେ ତାହିର ହୁସେନଙ୍କ 3 ମାମଲାର ଶୁଣାଣି

author img

By

Published : Oct 5, 2020, 12:14 PM IST

କଡକଡଡୁମା କୋର୍ଟରେ ତାହିର ହୁସେନଙ୍କ 3 ମାମଲାର ଶୁଣାଣି । ବିଚାରପତି ବିନୋଦ ଯାଦବ ଶୁଣାଇବେ ରାୟ । ଅଧିକ ପଢନ୍ତୁ।

hearing on plea in three cases of tahir hussain in delhi violence case today
ଆଜି କର୍କାର୍ଡୋମା କୋର୍ଟରେ ତାହିର ହୁସେନଙ୍କ 3 ମାମଲାର ଶୁଣାଣି

ନୂଆଦିଲ୍ଲୀ : ପୂର୍ବତନ ଆପ୍ କାଉନସିଲର୍ ତାହିର ହୁସେନଙ୍କ ତିନୋଟି ମାମଲାର ଜାମିନ ଆବେଦନ ଉପରେ ସୋମବାର ଶୁଣାଣି କରିବେ ଦିଲ୍ଲୀର କଡକଡଡୁମା କୋର୍ଟ । ଦିଲ୍ଲୀ ପୋଲିସ କହିଛି ଯେ ଓକିଲ ମନୋଜ ଚୌଧୁରୀ ଚାନ୍ଦବାଗ ପୁଲିଆ ନିକଟରେ ହୋଇଥିବା ସମସ୍ତ ହିଂସା ମାମଲାକୁ ଓକିଲାତି କରିବେ । ଅତିରିକ୍ତ ସେସନ ବିଚାରପତି ବିନୋଦ ଯାଦବ ସମସ୍ତ ତିନୋଟି ଜାମିନ ଆବେଦନର ଶୁଣାଣି କରିବେ । ଦିଲ୍ଲୀ ପୋଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚନ୍ଦ୍ରବାଗ ପୁଲିଆ ନିକଟରେ ହୋଇଥିବା ହିଂସା ମାମଲାର ଶୁଣାଣି ପାଇଁ ଓକିଲ ମନୋଜ ଚୌଧୁରୀଙ୍କୁ ନିଯୁକ୍ତ କରିଥିଲେ । ଗତ ସେପ୍ଟେମ୍ବର 26 ରେ ମନୋଜ ଚୌଧୁରୀ ଏହି ତିନୋଟି ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ହାଜର ହୋଇ ଶୁଣାଣି ସ୍ଥଗିତ ରଖିବାକୁ ଦାବି କରିଥିଲେ । ଦିଲ୍ଲୀ ଦଙ୍ଗା ପାଇଁ ଦୟହପୁର ପୋଲିସ ଷ୍ଟେସନରେ ହୁସେନଙ୍କ ବିରୋଧରେ ତିନୋଟି ଅଭିଯୋଗ ପଞ୍ଜିକୃତ ହୋଇଛି । ଆଜି (ସୋମବାର) ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ ।

ଆଜି କଡକଡଡୁମା କୋର୍ଟରେ ତାହିର ହୁସେନଙ୍କ 3 ମାମଲାର ଶୁଣାଣି

କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ତାହିର ହୁସେନ୍‌ଙ୍କ ସମେତ 15 ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ଚାର୍ଜସିଟରେ ତାହିର ହୁସେନ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । ପ୍ରାୟ ଏକ ହଜାର ପୃଷ୍ଠାର ଏହି ଚାର୍ଜସିଟରେ କାଉନସିଲର ତାହିର ହୁସେନଙ୍କ ଭାଇ ଶାହା ଆଲାମଙ୍କ ସମେତ 15 ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଦର୍ଶାଇଛି ଯେ ହିଂସା ସମୟରେ ଅଭିଯୁକ୍ତ ତାହିର ହୁସେନ ତାଙ୍କ ଛାତରେ ଥିଲେ । ହିଂସା ପାଇଁ ତାହିର 1 କୋଟି 30 ଲକ୍ଷ ଟଙ୍କ ଖର୍ଚ୍ଚ କରିଥିବା ଦର୍ଶାଯାଇଛି । ସେହିପରି ତାହିର ହୁସେନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଇଡି ମଧ୍ୟ ତାଙ୍କ ଟଙ୍କା ହେରଫେର ନେଇ ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.