ETV Bharat / bharat

ଧାରା 370 ସମ୍ପର୍କିତ ଯାଚିକାର ଶୁଣାଣି କରିବେନି 7 ଜଣିଆ ଖଣ୍ଡପୀଠ

author img

By

Published : Mar 2, 2020, 11:45 AM IST

ଜାମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ 7 ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇବା ନିଷ୍ପତ୍ତିକୁ ଖାରିଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

Hearing on article 370
ଅନୁଚ୍ଛେଦ 370

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଧାରା 370 ଅନ୍ତର୍ଗତ ସମସ୍ତ ଯାଚିକାର ଶୁଣାଣି କରିଛନ୍ତି 5 ଜଣିଆ ଖଣ୍ଡପୀଠ। ଜାମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ 7 ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇବା ନିଷ୍ପତ୍ତିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ବର୍ତ୍ତମାନ 5 ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।

2019 ଅଗଷ୍ଟ 5ରେ ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିଲା 370 ଧାରା । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ବିଚାରପତି ଏନ ଭି ରମଣଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ଖଣ୍ଡପୀଠ ଜାନୁଆରୀ 23ରେ ଏହି ମୁଦ୍ଦା ସମ୍ପର୍କିତ ରାୟ ସଂରକ୍ଷିତ ରଖିଥିଲେ ।

ଅନ୍ୟପକ୍ଷେ ଏନଜିଓ ପିପୁଲ୍ସ ୟୁନିୟନ ଅଫ୍ ସିଭିଲ୍ ଲିବର୍ଟିଜ୍(PUCL), ଜମ୍ମୁ-କାଶ୍ମୀର ହାଇକୋର୍ଟ ବାର ଆସୋସିଏସନ ମାମଲାର ଶୁଣାଣି ଉପର ବେଞ୍ଚକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ।

ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.