ନୂଆଦିଲ୍ଲୀ: କୋରୋନାକୁ ନେଇ ଚାରିଆଡେ କୋକୁଆ ଭୟ। ସାମାଜିକ ଦୁରତ୍ବ ପାଇଁ ସମସ୍ତ ଜନସାଧାରଣଙ୍କୁ ବୁଝାଉଛନ୍ତି ସରକାର। ତେବେ ଏଭଳି ସ୍ଥିତିରେ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ଏପଟେ କୋରୋନାର ପ୍ରକୋପକୁ କମେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ 21 ଦିନିଆ ଲକ ଡାଉନ ଘୋଷଣା କରାଯାଇଛି। ଏନେଇ ସବୁ କାମ ଠପ୍ ହୋଇ ପଡିରହିଛି। ତେବେ ସାମାଜିକ ଦୁରତ୍ବ ସହ ପଡିରହିଥିବା କାର୍ଯ୍ୟକୁ ଆଗକୁ ନେବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁପ୍ରିମକୋର୍ଟରେ ଚାଲିଛି ଜରୁରୀ ମାମଲାର ଶୁଣାଣି ।
21 ଦିନିଆ ଦେଶବ୍ୟାପୀ ତାଲା ପକାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଏସସି ଗୁରୁବାର ଦିନ ଏକ ସର୍କୁଲାର ଜାରି କରିଛନ୍ତି। ଯେଉଁଥିରେ ଭିଡିଓ କନଫରେନ୍ସିଂ ଜରିଆରେ ଅତ୍ୟଧିକ ଜରୁରୀ ମାମଲାର ଶୁଣାଣି ଜାରି ରହିବ।