ETV Bharat / bharat

ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ଶୁଣାଣି

author img

By

Published : Dec 9, 2020, 5:00 PM IST

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ପରିସରକୁ ମସଜିଦ୍ ମୁକ୍ତ କରିବା ମାମଲାକୁ ନେଇ ଗୁରୁବାର କୋର୍ଟରେ ଶୁଣାଣି କରାଯିବ । ଅଧିକ ପଢନ୍ତୁ...

ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ଶୁଣାଣି ହେବ

ଲକ୍ଷ୍ନୌ: ଶ୍ରୀକୃଷ୍ଣ ଜନ୍ମଭୂମିର ଅନ୍ୟ ଏକ ପରିସରକୁ ମସଜିଦ୍ ମୁକ୍ତ କରିବାକୁ ହୋଇଥିବା ଆବେଦନର ଶୁଣାଣି ଗୁରୁବାର ହେବ । ଜିଲ୍ଲା ଅଦାଲତରେ ଦିନ 11ଟା ସମୟରେ ମାମଲାର ଶୁଣାଣି ଆରମ୍ଭ ହେବ । ବାଦି ପ୍ରତିବାଦୀ ପକ୍ଷ କୋର୍ଟର ସମର୍ଥକ ନିଜର ପକ୍ଷ ରଖିବେ । ଜିଲ୍ଲା ଅଦାଲତ ଏନେଇ ପୂର୍ବରୁ 4 ଜଣ ବିପକ୍ଷ ପକ୍ଷକୁ ସମନ ଜାରି କରିଛନ୍ତି । ସୁନି ଓ୍ବାକ ଅଫ୍ ବୋର୍ଡ, ଶାହୀ ଇଦଗାହ, ଶ୍ରୀକୃଷ୍ଣ ଜନ୍ମସ୍ଥାନ ଟ୍ରଷ୍ଟ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂସ୍ଥାନ କୋର୍ଟରେ ହାଜର ହେବେ ।

ସୂଚନା ଅନୁଯାୟୀ ସେପ୍ଟେମ୍ବର 25ରେ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ଟ୍ରଷ୍ଟ ଓକିଲ ଜିଲ୍ଲା କୋର୍ଟରେ ଶ୍ରୀକୃଷ୍ଣ ଜନ୍ମଭୂମି ମାଲିକାନା ତଥା ମସଜିଦମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟର ଓକିଲଙ୍କ ଦ୍ବାରା ଏକ ଆବେଦନ କରାଯାଇଥିଲା । 18 ନଭେମ୍ବରରେ ମାମଲାର ଶୁଣାଣି ହେବାକୁ ଥିଲା । ହେଲେ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ଟ୍ରଷ୍ଟର ଓକିଲ କୋର୍ଟରେ ଉପସ୍ଥିତ ନ ଥିବାରୁ ପରବର୍ତ୍ତୀ ଶୁଣାଣି 10 ଡିସେମ୍ବର ପାଇଁ ଧାର୍ଯ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.