ETV Bharat / bharat

କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ସାମିଲ ହେବ ଇଟୋଲିଜୁମାବ

କୋରୋନାର ନ୍ୟାସନାଲ ଟାସ୍କ ଫୋର୍ସ ଏହି ରୋଗର ଚିକିତ୍ସା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଇଟୋଲିଜୁମାବ ଔଷଧକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି ।

author img

By

Published : Jul 27, 2020, 5:01 PM IST

corona
କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଅନ୍ତର୍ଭୁକ୍ତ ହେବ ଇଟୋଲିଜୁମାବ

ନୂଆଦିଲ୍ଲୀ: କୋରୋନାର ନ୍ୟାସନାଲ ଟାସ୍କ ଫୋର୍ସ ଏହି ରୋଗର ଚିକିତ୍ସା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଇଟୋଲିଜୁମାବ ଔଷଧକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଡିଜିସିଆଇ ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।

ନିକଟରେ କୋରୋନା କାରଣରୁ ସାଇଟୋକାଇନ୍ ରିଲିଜ୍ ସିଣ୍ଡ୍ରୋମର ମଧ୍ୟମରୁ ଗୁରୁତର ଶ୍ୱାସକ୍ରିୟା ସମସ୍ୟାର ପିଡିତ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧକୁ ମାର୍କେଟରେ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

ଗତ ଶୁକ୍ରବାର ଦିନ ଅନୁଷ୍ଠିତ ଏକ ବୈଠକରେ ଇଟୋଲିଜୁମାବ ଔଷଧକୁ କ୍ଲିନିକାଲ୍ ପ୍ରୋଟୋକଲରେ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏନେଇ ଟାସ୍କଫୋର୍ସର ଅଧିକାଂଶ ସଦସ୍ୟ ମତ ଦେଇଥିଲେ ଯେ, କୋରୋନା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

ଏହାପରେ ଇଟୋଲିଜୁମାବ ଉତ୍ପାଦନ ଏବଂ ମାର୍କେଟିଙ୍ଗ୍ କରୁଥିବା ବାୟୋକନ ମୁଖପାତ୍ର କହିଥିଲେ, ନ୍ୟାସନାଲ କୋଭିଡ ଟାସ୍କଫୋର୍ସ ଅଧିକ ପ୍ରମାଣ ଦେଖିବା ଆବଶ୍ୟକ ଏବଂ ଆମେ ପ୍ରୋଟୋକଲରେ ଇଟୋଲିଜୁମାବକୁ ଅନ୍ତର୍ଭୁକ୍ତ କରିବା ନେଇ କମିଟିକୁ ବୃହତ ତଥ୍ୟ ପ୍ରଦାନ କରିବୁ । ଏହାପରେ ନ୍ୟାସନାଲ ଟାସ୍କ ଫୋର୍ସ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଇଟୋଲିଜୁମାବ ଔଷଧକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.