ETV Bharat / bharat

ବ୍ରେକଫାଷ୍ଟରେ ପ୍ରସ୍ତୁତ କରନ୍ତୁ ମୁଗ ପରଠା, ସ୍ବାଦ ସହ ବୃଦ୍ଧି ପାଇବ ରୋଗପ୍ରତିରୋଧକ ଶକ୍ତି - health tips

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାକୁ ହେଲେ ଆମକୁ ଏପରି କିଛି ଖାଦ୍ୟ ବାଛିବାକୁ ହେବ ଯାହା ଆମକୁ ସ୍ବାଦିଷ୍ଟ ସହ ପ୍ରୋଟିନ ଓ ଭିଟାମିନ ମଧ୍ୟ ମିଳିପାରିବ । ଅଧିକ ପଢନ୍ତୁ...

ବ୍ରେକଫାଷ୍ଟରେ ପ୍ରସ୍ତୁତ କରନ୍ତୁ ମୁଗ ପରଠା, ସ୍ବାଦ ସହ ବୃଦ୍ଧି ପାଇଭ ରୋଗପ୍ରତିରୋଧକ ଶକ୍ତି

author img

By

Published : Jun 10, 2020, 1:37 PM IST

ହାଇଦ୍ରାବାଦ: ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ନିତ୍ୟାନ୍ତ ଜରୁରୀ । କାରଣ ଏହା ଦ୍ବାରା ଆମକୁ କୌଣସି ରୋଗ ହଠାତ ଆକ୍ରମଣ କରିପାରିବ ନାହିଁ । ବର୍ତ୍ତମାନ କୋରୋନା ସମୟ ଚାଲିଛି ତେଣୁ ଏପରି ସମୟରେ ଆମକୁ ଆହୁରି ସଚେତନ ରହିବାର ଆବଶ୍ୟକ ରହିଛି । ସେଥିପାଇଁ ଆମେ ଏପରି ଖାଦ୍ୟ ଖାଇବା ଯାହାଦ୍ବାରା ଭିଟାମିନ ପ୍ରୋଟିନ ସହ ଆମ ପ୍ରତିରକ୍ଷା ଶକ୍ତି ବା ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ଘଟିବ ।

ତେବେ ସମସ୍ତେ ଅଳ୍ପ ବହୁତ ଗଜା ମୁଗ ବା ସ୍ପ୍ରାଉଟ ଖାଉଥିବେ । ଏହା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆମ ଶରୀରରେ ଭିଟାମିନ ଏବଂ ପ୍ରୋଟିନର ଅଭାବକୁ ପୂରଣ କରେ । ମୁଗ ଡାଲିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୂର ରହିଛି । ଏଥିରେ ଥିବା କୋଲେଷ୍ଟ୍ରଲ୍ର ପରିମାଣ ବହୁତ କମ ଅଟେ ।

ଯଦି ଆପଣଙ୍କୁ ଖାଲିରେ ଏହାକୁ ଖାଇବାକୁ ଭଲ ଲାଗୁନି ତେବେ ଏଥିରେ ଆପଣ ପରଟା ପ୍ରସ୍ତୁତ କରିପାରିବେ । ଯାହାଦ୍ବାରା ଏହାର ସ୍ବାଦ 2 ଗୁଣା ହୋଇଯିବ । ଆଉ ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ଏଥିରେ ଥିବା ସମସ୍ତ ଭିଟାମିନ ପାଇପାରିବେ ।

ମୁଗ ସ୍ପ୍ରାଉଟ ପରଟା

ସାମଗ୍ରୀ

1 କପ ଅଟା, କପେ ଗଜା ମୁଗ, 3 ରୁ 4 ଟେବଲ ଚାମଚ ତେଲ, ଚିମୁଟାଏ ହେଙ୍ଗୁ, ଏକ ଚାମଚ ଜିରା, ଏକ ଚାମଚ ଛୋଟ ଛୋଟ କଟା ଅଦ, ½ ଚାମଚ ନାଲି ଲଙ୍କା ଗୁଣ୍ଡ, କଟା ଧନିଆ, ½ ଚାମଚ ଧନିଆ ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ, ଆମେ ଗଜା ମୁଗକୁ ଏକାଠି ଗ୍ରାଇଣ୍ଡିଂ କରିଦିଅନ୍ତୁ । ଅଟାରେ ଡାଲି, ହେଙ୍ଗୁ, ଜିରା, ଅଦା, କଟା ଧନିଆ, ନାଲି ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଏବଂ ଲୁଣକୁ ପକାଇ ଦଳନ୍ତୁ । ବର୍ତ୍ତମାନ ଏହାକୁ 15 ମିନିଟ ପାଇଁ ରଖନ୍ତୁ, ଏହା ନରମ କରିବ । ଏହାପରେ ଏହାକୁ ବେଲି କି ଶେକନ୍ତୁ । ଆପଣ ଏହାକୁ ସସ୍, ଚଟନି କିମ୍ବା ତରକାରୀ ସହିତ ଗରମ ଗରମ ଖାଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.